Featuredଅନ୍ତର୍ଜାତୀୟ

ବିକ୍ଷୋଭ ରୋକିବାକୁ ଇରାନ ବିଶ୍ବବିଦ୍ୟାଳୟ ହଷ୍ଟେଲ ପିଲାଙ୍କ ଖାଦ୍ୟରେ ବିଷ

ନୂଆଦିଲ୍ଲୀ: ଇରାନରେ ଦେଖାଦେଇଥିବା ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ୧୨ଶହ ଛାତ୍ରଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା । ଏହାପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଗତ ୪ ତାରିଖରେ ଇରାନ ସରକାର ନୈତିକତା ପୋଲିସ ନିୟମକୁ ରଦ୍ଦ କରିଥିଲେ । ତେବେ ଏହାପରେ ପୁଣି ଏକ ରିପୋର୍ଟକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି । ଇରାନ ଜାତୀୟ ଛାତ୍ର ସଂଘର ମତ ଅନୁଯାୟୀ, ଅତିକମରେ ୧୨ ଶହ ଛାତ୍ରଙ୍କୁ ବିଷାକ୍ତ ଖାଦ୍ୟ ପ୍ରଦାନ କରାଯାଇଛି । ଏହାଦ୍ୱାରା ଛାତ୍ରମାନଙ୍କର ଫୁଡ୍ ପଏଜନିଂ ହେବା ସହିତ ସମ୍ପୂର୍ଣ୍ଣ ଶରୀରରେ ଯନ୍ତ୍ରଣା ହୋଇଥିଲା । ଏପରିକି କିଛି ଛାତ୍ର ବେହୋସ୍ ହୋଇଯାଇଥିଲେ । ତେବେ ଛାତ୍ରମାନଙ୍କର ମୃତ୍ୟୁ ଜଳସମ୍ବନ୍ଧୀୟ ବ୍ୟାକ୍ଟେରିଆ କାରଣରୁ ହୋଇଥିବା କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com