Breaking NewsFeaturedUncategorizedଓଡ଼ିଶା
ପୁଣି ମୋ ବସ୍ ଦୁର୍ଘଟଣା

ଭୁବନେଶ୍ୱର : ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍। ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ୨ଜଣ ଯୁବକଙ୍କୁ ମୋ ବସ୍ ଧକ୍କା ଦେଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ୨ ଜଣ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ମଧ୍ୟ ମୋ ବସ୍ ବାରମ୍ୱାର ଏଭଳି ଦୁର୍ଘଟଣା ଘଟାଇ ଚାଲିଛି। ଡ୍ରାଇଭର ମାନେ ବେପରୁଆ ଭାବରେ ଗାଡି ଚଳାଇବା ଦ୍ୱାରା ଏଭଳି ଦୁର୍ଘଟଣା ଘଟୁଛି ବୋଲି କହିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଛନ୍ତି ସାଧାରଣ ଲୋକେ ।