ରାଜନୀତି

କେଜ୍ରିୱାଲଙ୍କ ନୂଆ ପ୍ଲାନ ; ରାଜ୍ୟସଭା ଯିବା ପାଇଁ ହେଉଛନ୍ତି ସଜବାଜ

ନୂଆଦିଲ୍ଲୀ : ଚର୍ଚ୍ଚାରେ ଅରବିନ୍ଦ କେଜ୍ରିୱାଲ । ରାଜ୍ୟସଭା ଯିବେ କି କ୍ରେଜିୱାଲ? ପଞ୍ଜାବର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରାଙ୍କୁ ଉପନିର୍ବାଚନରେ ଆପ୍ ପ୍ରାର୍ଥୀ କରିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ସଞ୍ଜୀବ ଆରୋରାଙ୍କ ସ୍ଥାନରେ କ୍ରେଜିୱାଲ ସଂସଦର ଉଚ୍ଚ ସଦନକୁ ଯାଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ପଞ୍ଜାବରେ ଏବେ ଆପ ସରକାର ରହିଛି। ସଂଖ୍ୟା ଦୃଷ୍ଟିରୁ ପଞ୍ଜାବରୁ ହିଁ ରାଜ୍ୟସଭା ସାଂସଦ ପଠାଇପାରିବ ଆପ୍। ଜାତୀୟ ରାଜନୀତିରେ ନିଜର ଅସ୍ତିତ୍ବ ବଞ୍ଚାଇବାକୁ କ୍ରେଜିୱାଲ ରାଜ୍ୟସଭାକୁ ସାଂସଦ ଭାବେ ଯିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। କାରଣ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ କେବଳ ଶାସନ କ୍ଷମତାରୁ ଯାଇନି ବରଂ ଦଳର ସଂଯୋଜକ କେଜ୍ରିୱାଲଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି ।

ଏଭଳି ସ୍ଥିତିରେ ଆଗକୁ ଆପର ଭବିଷ୍ୟତ କଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପଞ୍ଜାବରେ ଆପ୍ ସରକାର ଭାଙ୍ଗିଯିବା ଚର୍ଚ୍ଚା ଭିତରେ କେଜ୍ରିୱାଲ ନିଜ ରାଜନୀତି ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟସଭା ରାସ୍ତାକୁ ଆପଣାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ପଶ୍ଚିମ ଲୁଧିଆନାରେ ହେବାକୁ ଥିବା ଉପ-ନିର୍ବାଚନ କେଜ୍ରିୱାଲଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ପଶ୍ଚିମ ଲୁଧିଆନା ଆସନ ପାଇଁ ଦଳର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରାଙ୍କୁ ପ୍ରାର୍ଥୀ କରାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com