Breaking NewsFeaturedରାଜନୀତି

କଂଗ୍ରେସ ନେତା ତଥା ୱାୟନାଡା ସାଂସଦ ରାହୁଲ ହେଉଛନ୍ତି ‘ନିର୍ବାଚନ ଗାନ୍ଧ’। ଗାନ୍ଧୀ ପର୍ଯ୍ୟଟକ ଭାବରେ ତେଲଙ୍ଗାନାକୁ ଆସିପାରିବେ, ପ୍ରସିଦ୍ଧ ସୁସ୍ବାଦୁ ଖାଦ୍ୟ ‘ଅଙ୍କାପୁର ଚିକେନ୍’ର ସ୍ୱାଦ ଚାଖି ଫେରିଯାଇ ପାରିବେ। ଏଭଳି ଢଙ୍ଗରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ଭାରତ ରାଷ୍ଟ୍ର ସମିତି ବା BRS ନେତ୍ରୀ କେ. କବିତା । ନିର୍ବାଚନୀ ଗାନ୍ଧି ବୋଲି ରାହୁଲଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା। ଯାହାକୁ ନେଇ ଏବେ ରାଜନୀତିକ ଚର୍ଚ୍ଚା ଜୋର୍।
କେ. କବିତା କହିଛନ୍ତି ଯେ, ବୁଧଠାରୁ ଆରମ୍ଭ ହେଉଥିବା ୩ ଦିନିଆ ବସ୍ ଯାତ୍ରା ସମୟରେ ନିଜାମାବାଦ ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି । ଏହି ସମୟରେ ରାହୁଲ ତାଙ୍କର ‘ବିଚିତ୍ର’ ମନ୍ତବ୍ୟ ଦେଇ ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ନକରିବାକୁ ସେ ତାଙ୍କୁ ଅନୁରୋଧ କରିଛନ୍ତି।

କବିତା ଜାଣିବାକୁ ଚାହିଁଥିଲେ ଯେ ରାହୁଲ ଗାନ୍ଧି ତେଲଙ୍ଗାନାକୁ କାହିଁକି ଆସୁଛନ୍ତି? ଅଭିଯୋଗ କରିଛନ୍ତି ଯେ, ସେ ରାଜ୍ୟ, ଏହାର କୃଷକ କିମ୍ବା ଛାତ୍ରଛାତ୍ରୀମାନଙ୍କ ପାଇଁ କିଛି କରିନାହାନ୍ତି ଏବଂ ତେଲଙ୍ଗାନାର ‘ବିକାଶ କାହାଣୀ’ର ରାହୁଲ ଅଂଶ ମଧ୍ୟ ନୁହନ୍ତି। ଖାଲି ସେତିକି ନୁହେଁ କଂଗ୍ରେସକୁ ଟାର୍ଗେଟ କରି ବିଆରଏସ ନେତ୍ରୀ କବିତା କହିଛନ୍ତି ଯେ, ଅତୀତରେ ଯେବେବି ସବୁଠୁ ପୁରାତନ ଦଳ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଚେଷ୍ଟା କରିଛି ସେତେବେଳେ ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଯାଇଛି। ତୁମେ ଏଠାକୁ ଆସୁଛ ଏବଂ ହିନ୍ଦୁ ଆଉ ମୁସଲମାନମାନଙ୍କ ବିଷୟରେ ଅଜବ କଥା କହୁଛ। ଦୟାକରି ଏଠାକାର ପରିବେଶକୁ ନଷ୍ଟ କରନ୍ତୁ ନାହିଁ । ତେଲଙ୍ଗାନାରେ ସୁଖ, ଶାନ୍ତି,ଏବଂ ସମୃଦ୍ଧି ଅଛି, ଦୟାକରି ଏହି ପରିବେଶକୁ ନଷ୍ଟ କରନ୍ତୁ ନାହିଁ। ଏହା ଆପଣଙ୍କୁ ମୋର ଅନୁରୋଧ ବୋଲି ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି କବିତା। ତେବେ ରାହୁଲଙ୍କ ବସ ଯାତ୍ରା ତେଲଙ୍ଗାନା ନିର୍ବାଚନରେ କେତେ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

Related Articles

Back to top button
WP Twitter Auto Publish Powered By : XYZScripts.com