କ୍ରୀଡ଼ା

୨୦୨୫ ଆଇପିଏଲ ହେବ ଧୋନିଙ୍କ ଶେଷ ମ୍ୟାଚ୍‌

ନୂଆଦିଲ୍ଲୀ : ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲ ଖେଳିବା ଜାରି ରଖିଛନ୍ତି। ଆଇପିଏଲର ବେଶ କିଛି ସଂସ୍କରଣରେ ତାଙ୍କ ଅବସରକୁ ନେଇ ମଧ୍ୟ ନାନା ଚର୍ଚ୍ଚା ହେଉଛି। କିନ୍ତୁ ଏଥର ଧୋନି ତାଙ୍କ ଫ୍ୟାନ୍ସ ମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଆଇପିଏଲ ୨୦୨୫ ତାଙ୍କର ଶେଷ ସଂସ୍କରଣ ବୋଲି ଆଜି ଧୋନି ପରୋକ୍ଷରେ ନିଜ ଫ୍ୟାନ୍ସଙ୍କୁ ଜଣାଇ ଦେଇଛନ୍ତି। ଧୋନି ଚେନ୍ନାଇ ସୁପର କିଙ୍ଗସର ଆଇପିଏଲ ପ୍ରସ୍ତୁତି ପାଇଁ ଚେନ୍ନାଇ ଆସିଛନ୍ତି। ସେ ପିନ୍ଧିଥିବା ଟି-ଶାର୍ଟ ହିଁ ତାଙ୍କ ଅବସରର ସଙ୍କେତ ଦେଇଛନ୍ତି। ଧୋନି ଟି-ଶାର୍ଟରେ ୱାନ ଲାଷ୍ଟ ଟାଇମ ବା ଶେଷ ଥର ପାଇଁ ଉଲ୍ଲେଖ କରିଛନ୍ତି। କିନ୍ତୁ ଏହାକୁ ଜଣେ ସାଧାରଣ ଲୋକ ଦେଖିଲେ ଜାଣି ପାରିବ ନାହିଁ।

ସେ Morse codeକୁ ନିଜ ଟି-ଶାର୍ଟରେ ଉଲ୍ଲେଖ କରିଛନ୍ତି। Morse code ହେଉଛି ଏକ ବ୍ୟବସ୍ଥା ଯେଉଁଥିରେ କେବଳ ଡଟ୍‌ ଓ ଡ୍ୟାସ ବ୍ୟବହାର ହୋଇଥାଏ। ଏହାକୁ ସାଧାରଣ ଭାଷାରେ କୋଡ ୱାର୍ଡ ମଧ୍ୟ କୁହାଯାଏ। ଏହାକୁ ବୁଝିବା ପାଇଁ ଚ୍ୟାଟଜିପିଟିର ସହାୟତା ନିଆଯାଇଥାଏ। ଧୋନିଙ୍କ ଟି-ଶାର୍ଟ ଦେଖି ପ୍ରଥମେ କିଛି ସୋଶାଲ ମିଡିଆ ବ୍ୟବହାରକାରୀ ତାଙ୍କ ଅବସର ଚର୍ଚ୍ଚା କରିଥିଲେ। ଏହାପରେ ତାଙ୍କ ଟି-ଶାର୍ଟରେ ଥିବା ଡଟ ଓ ଡ୍ୟାସକୁ ଓପନ ଏଆଇର ଚ୍ୟାଟଜିପିଟିରେ ଡିକୋଡ କରାଯାଇଛି। ଧୋନି ନିଜ ଟି-ଶାର୍ଟରେ ୱାନ ଲାଷ୍ଟ ଟାଇମ ବା ଶେଷ ଥର ପାଇଁ ବୋଲି ଉଲ୍ଲେଖ କରିଛନ୍ତି। ୪୩ ବର୍ଷୀୟ ଧୋନି ୨୦୦୮ରୁ ଚେନ୍ନାଇ ପାଇଁ ଆଇପିଏଲ ଖେଳି ଆସୁଛନ୍ତି। ସେ ଆଇପିଏଲର ସବୁଠାରୁ ବୟସ୍କ ଖେଳାଳି। ତାଙ୍କ ନେତୃତ୍ୱରେ ଚେନ୍ନାଇ ୫ଥର ଚାମ୍ପିୟନ ହୋଇଛି। କିନ୍ତୁ ଏହି ସଂସ୍କରଣ ପରଠାରୁ ଧୋନି ଆଉ ଆଇପିଏଲ ଖେଳିବେ ନାହିଁ ବୋଲି ଖବର ଜଣାପଡିବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଜୋରଦାର ଝଟକା ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com