ଆଜିଠାରୁ ଖୋଲିଲା ରାସନ୍ କାର୍ଡ ପୋଟାଲ ; ନୂଆ ହିତାଧିକାରୀ ମାନେ କରିପାରିବେ ଆନବଦନ

ଭୁବନେଶ୍ୱର : ଆଜିଠାରୁ ନୂଆ ରାସନକାର୍ଡ ଆବେଦନ ପାଇଁ ଖୋଲିଲା ପୋର୍ଟାଲ, ବାଦ ପଡିଥିବା ହିତାଧିକାରୀ ମାନେ ଏହି ପୋର୍ଟାଲ ଦ୍ୱାରା ଆବେଦନ କରିପାରିବେ । ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ସମୀକ୍ଷା ବୈଠକରେ ଏହି ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ମାର୍ଚ୍ଚ ୩୧ ତାରିଖ ରାସନ କାର୍ଡ ଇ–କେୱାଇସିର ଶେଷ ତାରିଖ ହୋଇଥିବା ବେଳେ ଧାର୍ଯ୍ୟ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ଇ- କେୱାସି ଜରିଆରେ ପ୍ରାୟ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ରାସନ କାର୍ଡ କଟା ସରିଛି ସେହିପରି କିଛି ଚାକିରିଆମାନେ ସେମାନଙ୍କ ରାସନ କାର୍ଡ ମଧ୍ୟ ଫେରାଇଛନ୍ତି । ଅନ୍ୟପଟେ ଆୟକର ଦେଉଥିବା ବ୍ୟକ୍ତିମାନଙ୍କର ତାଲିକା ଆସିଥିବା ବେଳେ ଏଗୁଡିକର ସର୍ଭେ କରାଯିବ। ଭଲ ଆୟ ଥିବା ଲୋକଙ୍କର ରାସନ କାର୍ଡ କଟାଯିବା ସହ ଯେଉଁ ଗରିବ ବ୍ୟକ୍ତି ଋଣ କିମ୍ବା ଅନ୍ୟ କାରଣରୁ ଆୟକର ଦାଖଲ କରିଥିବେ, ସେମାନଙ୍କର ରାସନ କାର୍ଡ କଟିବନାହିଁ । ବର୍ତ୍ତମାନ ଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ପାଇବେ ଏବଂ ଅଯୋଗ୍ୟମାନଙ୍କର ରାସନ କାର୍ଡ କଟିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।