ଓଡ଼ିଶା

ପାଗ ବିଗାଡ଼ିଲା ଘୂର୍ଣ୍ଣିବଳୟ, ଆସନ୍ତାକାଲି କେରଳ ଛୁଇଁବନି ମୌସୁମୀ

ନୂଆଦିଲ୍ଲୀ: ପାଗ ବିଗାଡ଼ି ଦେଇଛି ଘୂର୍ଣ୍ଣିବଳୟ ।  ବାରମ୍ବାର ଘୂର୍ଣ୍ଣିବଳୟ ଯୋଗୁ ମୌସୁମୀ ପାଇଁ ପ୍ରତିକୂଳ ପାଗ ସୃଷ୍ଟି ହୋଇଛି । ତେଣୁ ଆସନ୍ତାକାଲି କେରଳ ଛୁଇଁ ନପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସେପଟେ ମୌସୁମୀକୁ ସକ୍ରିୟ କଲା ଭଳି ବର୍ଷା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ହୋଇ ନାହିଁ । ତେଣୁ ମୌସୁମୀ ଆସିବାରେ ବିଳମ୍ବ ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାକୁ ସତର୍କ କରାଯାଇଥିବା ବେଳେ ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଆସନ୍ତା ୩ ଦିନରେ କାଳବୈଶାଖୀ ପ୍ରଭାବ କମିବା ସହ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com