ପାଶ୍ଚାତ୍ୟ କଟକଣା ସତ୍ତ୍ୱେ ଋଷରୁ ଭାରତକୁ ମିଳିବ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ

ନୂଆଦିଲ୍ଲୀ() ଋଷିଆ ଉପରେ ପାଶ୍ଚାତ୍ୟ କଟକଣା ସତ୍ତ୍ୱେ ଭାରତକୁ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଓ ଅନ୍ୟ ସାମରିକ ଉପକରଣ ଯୋଗାଣରେ କୌଣସି ବାଧା ଉପୁଜିବ ନାହିଁ। ଏହା କହିଛନ୍ତି ଭାରତରେ ଅବସ୍ଥାପିତ ଋଷିଆ ରାଷ୍ଟ୍ରଦୂତ ଡେନିଶ ଓଲିପୋଭ। ଅବାଧ ରୂପେ ଏହି ଯୋଗାଣ ଜାରି ରହିବ ବୋଲି ସେ ଆଶ୍ୱସ୍ତ କରିଛନ୍ତି। ୟୁକ୍ରେନ ଉପରେ ଋଷିଆର ଯୁଦ୍ଧ ପରିପ୍ରେକ୍ଷୀରେ ଓଲିପୋଭଙ୍କ ବୟାନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ଉଲ୍ଲେଖ ଯୋଗ୍ୟଯେ ଭାରତର ୭୦ ପ୍ରତିଶତ ସାମରିକ ହାର୍ଡୱେର ଋଷିଆ ନିର୍ମିତ। ଏଣୁ ଏ ସବୁର ମରାମତି ଲାଗି ସମୟ ସମୟରେ ଋଷିଆରୁ ସ୍ପେୟାରପାର୍ଟସ୍ କ୍ରୟ କରାଯାଇଥାଏ। ଏଣୁ ଋଷିଆ ରାଷ୍ଟ୍ରଦୂତଙ୍କ ବୟାନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଓଲିପୋଭ କହିଛନ୍ତି ଯେ ପାଶ୍ଚାତ୍ୟ ପ୍ରତିବନ୍ଧକ ମୁକାବିଲା ଲାଗି ଆମେ ପୂର୍ବରୁ ଆମର ତନ୍ତ୍ର ବିକଶିତ କରିସାରିଛୁ। ଏଣୁ ଭାରତକୁ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯୋଗାଇ ଦେବାରେ କୌଣସି ବାଧା ଉପୁଜିବ ନାହିଁ ବୋଲି ସେ କହିଛନ୍ତି।
ଭାରତକୁ କହିଲେ ରଣନୈତିକ ଅଂଶୀଦାର
ଓଲିପୋଭ ଭାରତକୁ ଋଷିଆର ରଣନୈତିକ ଅଂଶିଦାର ବା ଷ୍ଚ୍ରାଟେଜିକ ପାର୍ଟନର ବୋଲି କହିଛନ୍ତି। ଏଣୁ ୟୁକ୍ରେନ ସମ୍ପର୍କିତ ସବୁ ଅପଡେଟ୍ ଭାରତକୁ ନିୟମିତ ଯୋଗାଇ ଦିଆଯାଉଛି। ପରିସ୍ଥିତିର ଗୁରୁତ୍ୱକୁ ଭାରତ ବେଶ୍ ବୁଝିଥାଏ, ଜାତିସଂଘରେ ଭାରତର ସନ୍ତୁଳିତ ଆଚରଣ ଲାଗି ଋଷିଆ ଭାରତ ନିକଟରେ କୃତଜ୍ଞ ଓ ନିଜ ସ୍ଥିତିରେ ଭାରତ ଆଗକୁ ବି କାୟମ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ୟୁକ୍ରେନ ଓ ଋଷିଆ ମଧ୍ୟରେ ବିବାଦକୁ ଭାରତ ଶାନ୍ତିପୂର୍ଣ୍ଣ ଉପାୟରେ ଆଲୋଚନା ମାଧ୍ୟମରେ ସମାଧାନ ଲାଗି ଆହ୍ୱାନ ଦେଇଥିଲା। ତେବେ ଋଷିଆ ବିରୋଧରେ ଜାତିସଂଘରେ ଆଗତ ସମସ୍ତ ପ୍ରସ୍ତାବରୁ ଭାରତ ନିଜକୁ ଦୂରେଇ ନେଇଛି।
କହିଲେ ଛାତ୍ର ମୃତ୍ୟୁର ହେବ ଯାଞ୍ଚ
ଖାରକିଭରେ ଭାରତୀୟ ଛାତ୍ର ନବୀନଙ୍କ ମୃତ୍ୟୁକୁ ନେଇ ଓଲିପୋଭ ଚିନ୍ତା ପ୍ରକଟ କରିଛନ୍ତି। ତେବେ ୟୁକ୍ରେନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଲାଗି ଆମେ ପ୍ରତିଶ୍ରୁତି ଦେଉଛୁ ବୋଲି କହିଛନ୍ତି। ତେବେ ଖାରକିଭରେ କିପରି ଏ କେଉଁ ପରିସ୍ଥିତିରେ ଭାରତୀୟ ଛାତ୍ରଙ୍କ ମୃତ୍ୟପ ହେଲା ଆମେ ତାର ଯାଞ୍ଚ କରିବୁ ବୋଲି କହିଛନ୍ତି। ତେବେ ଖାରକିବ ସମେତ ଉତ୍ତର-ପୂର୍ବ କ୍ଷେତ୍ରରେ ଭାରତୀୟଙ୍କ ସହ ଆମେ ସମ୍ପର୍କରେ ଥିବା ଓ ସେମାନଙ୍କର ସୁରକ୍ଷିତ ପ୍ରସ୍ଥାନ ଲାଗି ଏକ ସେଫ କରିଡର ନିର୍ମାଣ ଦିଗରେ ଏବେ କାମ କରୁଥିବା କହିଛନ୍ତି।