ଓଡ଼ିଶା

ସୁକୁମାରେ ପୁଣି ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ପିଟି ପିଟି ହତ୍ୟା

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ପିଟି ପିଟି ହତ୍ୟା କଲେ ଲାଲ୍ ବାହିନୀ । ମୃତକ ହେଉଛନ୍ତି ପୋଲାମପାଲି ଗ୍ରାମର ମାଡକାମ ଜଗା ।

ହତ୍ୟା ପରେ ନକ୍ସଲ ମାନେ ମୃତ ଜଗାଙ୍କ ଏକ ପିକପ ଭ୍ୟାନ୍‌କୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ଗତକାଲି ରାତିରେ ପ୍ରାୟ ୫୦ରୁ ୬୦ ଜଣ ସଶସ୍ତ୍ର ନକ୍ସଲ ପୋଲାମପାଲି ଗାଁରେ ପହଞ୍ଚି ମାଡକାମ ଜଗାଙ୍କୁ ତାଙ୍କ ଘର ଭିତରେ ପରିବାର ଲୋକଙ୍କ ଉପସ୍ଥିତିରେ ନକ୍ସଲ ମାନେ ପିଟି ପିଟି ହତ୍ୟା କରିଛନ୍ତି ।

ହତ୍ୟା ପରେ ନକ୍ସଲ ମାନେ ଘଟଣା ସ୍ଥଳରେ ଏକ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ପୋଲିସ ଇନଫର୍ମର ସନ୍ଦେହରେ ଜଗାଙ୍କୁ ହତ୍ୟା କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com