କ୍ରୀଡ଼ା

ରୋହିତଙ୍କୁ ହଟାଇ ଚାମ୍ପିୟନ୍ସ ଟ୍ରଫିରେ ଅଧିନାୟକ ହେବେ ଶୁବମନ ଗିଲ୍‌

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶେଷ ଗ୍ରୁପ ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଆସନ୍ତା ରବିବାର ଦିନ ଖେଳାଯିବ ଏହି ମ୍ୟାଚ। ଉଭୟ ଦଳ ଚାମ୍ପିୟନ୍ସ ଟ୍ରଫିର ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରି ନେଇଛନ୍ତି। କିନ୍ତୁ ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ ଙ୍କୁ ଏବେ ଅଧିନାୟକ ଭାବରେ ଦେଖିବାକୁ ମିଳିବ। ବର୍ତ୍ତମାନ ଉପ ଅଧିନାୟକ ଭାବରେ କାର୍ଯ୍ୟ କରୁଥିବା ଗିଲ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନେତୃତ୍ୱ ନେବାର ସୁଯୋଗ ପାଇ ପାରନ୍ତି। ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଏବେ ୧୦୦% ଫିଟ ନାହାନ୍ତି। ତେଣୁ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଗ୍ରୁପ ଏ ର ଶେଷ ମ୍ୟାଚ୍‌ରେ ବିଶ୍ରାମ ଦେବାକୁ ଚାହୁଁଛନ୍ତି।

ଯଦି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିବ, ତା’ହେଲେ ଉପ ଅଧିନାୟକ ଶୁବମନ ଗିଲ ଦଳର ନେତୃତ୍ୱ ନେବେ। ଅନ୍ୟପଟେ ଯଦି ରୋହିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ନେବେ, ତା’ହେଲେ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ଦେଖିବାକୁ ମିଳିବ। ରୋହିତଙ୍କ ଅନୁପସ୍ଥିତିରେ ଗିଲଙ୍କ ସହ କେଏଲ ରାହୁଲ ଓପନିଂ କରିପାରନ୍ତି। ଏପରି ସ୍ଥିତିରେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com