ରାଜନୀତି
କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ମନାକଲେ ଦୀପାଳି ଓ ବିଶାଳ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଦାସ । ହାଜର ନହେବାକୁ ଦୀପାଳି ଜଣାଇବା ସହ ଆଉ କିଛି ଦିନ ସମୟ ମାଗିଥିବା ସୂଚନା ମିଳିଛି। ଏହାସହ ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସମୟ ମାଗିଛନ୍ତି । କେବଳ ଦୀପାଳି ନୁହେଁ ବରଂ ବିଶାଳ ମଧ୍ୟ ଆଜି ହାଜର ହେବେ ନାହିଁ ବୋଲି ସୂଚନା ମିଳିଛି । ତେବେ ଉଭୟ ବ୍ୟକ୍ତିଗତ କାରଣ ଲାଗି ହାଜର ହେବେ ନାହିଁ ବୋଲି ଦର୍ଶାଇଛନ୍ତି ।
ନବଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳଙ୍କୁ କ୍ରାଇମ୍ବ୍ରାଞ୍ଚରେ ହାଜର ହେବାକୁ ନୋଟିସ୍ କରାଯାଇଥିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ଯେକୌଣସି ଦିନ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା । କ୍ରାଇମ୍ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଥିଲା । ହେଲେ ଦୀପାଳି ଓ ବିଶାଳ ଆଜି ହାଜର ହେବେ ନାହିଁ ବୋଲି ସୂଚନା ମିଳିଛି ।