Breaking NewsFeaturedଓଡ଼ିଶା
ବାଣୀବିହାର କ୍ୟାମ୍ପସ୍ ରେ ହଙ୍ଗାମା: ମେନ୍ ଗେଟରେ ତାଲା ପକାଇଲେ ଏବିଭିପି, ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଉତ୍ତେଜନା । ଜୟ ଭୀମ୍ ଛାତ୍ର ସଂଗଠନକୁ ବିରୋଧ କରି ସାମୂହିକ ଭାବେ ଏବିଭିପି, ଛାତ୍ର କଂଗେସ ଓ ଅନ୍ୟ ସମସ୍ତ ବାଣୀବିହାର ଛାତ୍ରମାନେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ସହ ୨ ଜଣ ଏସିପି ଉପସ୍ଥିତ ଅଛନ୍ତି ।
ତେବେ ଗତକାଲି ଜୟଭୀମ ସଂଗଠନ ତରଫରୁ କାର୍ଯ୍ୟକ୍ରମ ନେଇ ପୂର୍ବ ପ୍ରସ୍ତୁତି ଚାଲିଥିବା ବେଳେ ସଂଗଠନର କିଛି ପିଲାଙ୍କର ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଯାହାର ଆପୋସ ସମାଧାନ ପାଇଁ ଆଜି ଛାତ୍ର ସଂଗଠନ ପଚରାଉଚରା କରିବା ବେଳେ ପୁଣି ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ଜଣେ ଛାତ୍ର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ୮ ଜଣ ମଧ୍ୟ ଆହତ ହୋଇଛନ୍ତି । ତେବେ ମାଡ଼ ମାରିଥିବା ଜୟଭୀମ କର୍ମୀଙ୍କ ଗିରଫଦାରି ଦାବି କରି କ୍ୟାମ୍ପସ୍ ରେ ଛାତ୍ର ସଂଗଠନ ମାନଙ୍କର ବିକ୍ଷୋଭ ଜାରି ରହିଛି ।