Featuredଅନ୍ତର୍ଜାତୀୟ

ପୁଣି ଋଷ୍ ଦେଲା ପରମାଣୁ ଚେତାବନୀ

ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ୧୧ ମାସରେ ପହଞ୍ଚିଛି । ହେଲେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ନିକଟରେ ଖବର ପ୍ରକାଶ ପାଇଥିଲା ଯେ, କ୍ରିମିଆକୁ ଋଷ ଠାରୁ ଛଡ଼ାଇ ଆଣିବାକୁ ଯୋଜନା ପ୍ରସ୍ତୁତ କରିଛି ୟୁକ୍ରେନ, ଆଉ ଏଥିପାଇଁ ୟୁକ୍ରେନକୁ ଅଧିକ ମାରାତ୍ମକ ଓ ଘାତକ ଅସ୍ତ୍ର ଯୋଗାଇଦେବାକୁ ଆମେରିକା ଓ ନାଟୋ ଦେଶମାନେ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି ।

ସେପଟେ ଋଷ ମଧ୍ୟ କଡ଼ା ଚେତାବନୀ ଦେଇଛି । ଆବଶ୍ୟକ ପଡ଼ିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଋଷ ପଛାଇବ ନାହିଁ ବୋଲିି ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦଭ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com