Breaking NewsFeaturedଓଡ଼ିଶା

ଦ୍ୱିତୀୟ ଦିନରେ ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW

ଭୁବନେଶ୍ୱର: ଖୋଲୁଛି ବିଜେଡି ନେତା ରାଜା ଚକ୍ରଙ୍କ ଦୁର୍ନୀତି ପେଡ଼ି । ଗନ୍ଧମାର୍ଧନ ଲୋଡିଂ ଆଣ୍ଡ୍‌ କୋ-ଅପରେଟିଭ୍ ସୋସାଇଟିରେ ୧୦୦ କୋଟି ଘୋଟାଲାକୁ ନେଇ ଛାନ୍‌ଭିନ୍ କରୁଛି EOW । ଦ୍ଵିତୀୟ ଦିନରେ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ରଙ୍କ ୮ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି EOW । କେନ୍ଦୁଝର, ଗୋପାଳପୁର, ଭୁବନେଶ୍ୱର, କୋଇଡ଼ା, ବଣାଇ ଓ ଧାମରାରେ ରେଡ୍ ଚାଲିଛି । ଆଜି ୧୦ଟି ଗାଡ଼ି ଜବତ ହୋଇଥିବା ବେଳେ ଗତକାଲି ୨୦ରୁ ଅଧିକ ଗାଡି ଏବଂ ୨୫ଟି ଆକାଉଣ୍ଟ ଗତକାଲି ଠାବ କରିଥିଲା EOW ।

କଣ୍ଟ୍ରାକ୍ଟର ତଥା ରାଜାଙ୍କ ସହଯୋଗୀ ସୁଧାଂଶୁ ଶେଖର ନାୟକଙ୍କୁ ମଧ୍ୟ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରି ଛାଡିଥିଲା EOW । ଦୁଇଦିନ ତଳେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ୧୧ ଘଣ୍ଟାର ମାରଥନ ଜେରା କରିଥିଲା ତଦନ୍ତକାରୀ ସଂସ୍ଥା । ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ହେଉଛନ୍ତି କେନ୍ଦୁଝରର ବିଜେଡି ନେତା ରାଜ୍ୟ ବିଜେଡି ଯୁବ ଉପସଭାପତି ।

Related Articles

Back to top button
WP Twitter Auto Publish Powered By : XYZScripts.com