ମନୋରଞ୍ଜନ

ସୋସିଆଲ ମିଡ଼ିଆରେ ଟ୍ରୋଲ ହେଲେ ଉର୍ବସୀ

ବଲିଉଡ ଅଭିନେତ୍ରୀ ଉର୍ବସୀ ରୌତେଲା ଅନେକ ସମୟରେ ହାଇଲାଇଟ୍ସରେ ରହି ଆସିଛନ୍ତି । କେତେବେଳେ ନିଜର ଲୁକ୍ ପାଇଁ ହେଉ, କି ନିଜର ଷ୍ଟାଇଲିସ ଅନ୍ଦାଜ ପାଇଁ, ଅନେକ ସମୟରେ ସେ ଫ୍ୟାନ୍ସ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ହେଲେ ଏଥର କିନ୍ତୁ ନିଜର ଅଜବ ଗାଉନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି । ଉର୍ବସୀ “ପ୍ୟାରିସ ଫ୍ୟାଶନ ୱିକ୍” ରେ ନଜର ଆସିଥିଲେ । ସେଥିରେ ଉର୍ବସୀ ଏକ ଏମିତି ଗାଉନ ପିନ୍ଧିଥିଲେ, ଯାହା ଉପରେ ସମସ୍ତଙ୍କର ନଜର ଯାଇଥିଲା । ସୋସିଆଲ ମିଡିଆରେ ଉର୍ବସୀ ନିଜେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ଏକ ମଷ୍ଟାର୍ଡ ଏବଂ ବ୍ଲୁ କଲରର ପ୍ଲେୟର ଗାଉନରେ ନଜର ଆସିଥିଲେ । ଯାହା ଦେଖିବାକୁ ଏକଦମ ଅଜବ ଲାଗୁଥିଲା । ଏଥିସହ ଚୁଟିରେ ପୋନିଟେଲ କରି ଗୋଲ୍ଡେନ ହେଡ ଗିୟର ଲଗାଇଥିଲେ । ଅତ୍ୟଧିକ ହେଭି ମେକଅପ ମଧ୍ୟ ନେଇଥିଲେ ଉର୍ବସୀ । କିନ୍ତୁ ଗାଉନରେ ଥିବା ଗୋଲ୍ଡେନ ଫ୍ଲାୱାର ଡିଜାଇନ ଅତ୍ୟନ୍ତ ଅଜବ ଲାଗୁଥିଲା ।

ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିଲା ପରେ ଜଣେ ୟୁଜର୍ସ ଲେଖିଥିଲେ, ଏହି ଗାଉନ କୌଣସି ଜଙ୍ଗଲ ଠାରୁ ମଧ୍ୟ କମ ଲାଗୁନି । ଏମିତି ଲାଗୁଛି, ଯେମିତି ପୁରା ଜଙ୍ଗଲ ପିନ୍ଧି ଉର୍ବସୀ ଆସିଛନ୍ତି । ଏହାଛଡା ଅନେକ ୟୁଜର୍ସ ମଧ୍ୟ ଉର୍ବସୀଙ୍କର ଏପରି ଭିଡିଓ ଦେଖି ବିରକ୍ତି ପ୍ରକାଶ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com