Featuredଓଡ଼ିଶା

ଗର୍ଜିଲେ ଚାଷୀ, କମ୍ପିଲା ରାଜରାସ୍ତା

ଭୁବନେଶ୍ୱର: ଚାଷୀର ଗର୍ଜନରେ କମ୍ପିଲା ରାଜଧାନୀର ରାଜରାସ୍ତା । ଧାନକିଣାରେ ହେଉଥିବା ଦୁର୍ନୀତି ବିରୋଧରେ ଉଠିଲା ସ୍ୱର । କୃଷକଙ୍କ ବିଭିନ୍ନ ଦାବି ନେଇ ଦୀର୍ଘ ୨୫ଦିନ ହେଲା ଧାରଣାରେ ବସିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନ । କଟନି ଛଟନି, ଚାଷୀ ମାରଣ ନୀତି ବିରୋଧରେ ଧାରଣା ଦେଇଛନ୍ତି । ଆଲୋଚନା ପାଇଁ ସରକାର ନଡାକିବାରୁ ତେଜିଲା ସଙ୍ଗଠନର ଆନ୍ଦୋଳନ । ବିଧାନସଭା ଘେରାଉ ସହ ମୁଖ୍ୟମନ୍ତ୍ରୀଙ୍କ ଘର ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । ତେବେ ଧାନକିଣାରେ ହେଉଥିବା ଦୁର୍ନୀତିକୁ ବିରୋଧ କରି ଦୀର୍ଘ ଦିନରୁ ଅନଶନରେ ବସିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ମୁଖ୍ୟ ଅକ୍ଷୟ କୁମାର ।

Related Articles

Back to top button
WP Twitter Auto Publish Powered By : XYZScripts.com