ଓଡ଼ିଶା
ସୁନୀତି ମୁଣ୍ଡଙ୍କ କାରକୁ ଧକ୍କା ଦେଲେ ବାଇକ ଆରୋହୀ

ଭୁବନେଶ୍ୱର: ସୁନୀତି ମୁଣ୍ଡଙ୍କ କାରକୁ ଧକ୍କା ଦେଲେ ବାଇକ ଆରୋହୀ । ରାଜନେତ୍ରୀ ତଥା ସମାଜସେବୀ ସୁନୀତି ମୁଣ୍ଡ ମଙ୍ଗଳବାର ଦିନ ପ୍ରାୟ ୧.୩୦ ବେଳେ ଭୁବନେଶ୍ୱରରୁ ଭଦ୍ରକ ଯିବା ବେଳେ ଘଟିଥିଲା ଦୁର୍ଘଟଣା । ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ଥିବା ସୂଚନା ରହିଛି ।
ଯୁବକମାନଙ୍କ ଏଭଳି ବେପରୁଆ ଗାଡି ଚଳାଇବାକୁ ସୁନୀତି ନିନ୍ଦା କରିବା ସହିତ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଛନ୍ତି। ଏଥିରେ ତାଙ୍କର କୌଣସି କ୍ଷତି ହୋଇନଥିବା ବେଳେ ସଡ଼କ ଦୁର୍ଘଟଣା ଦିନକୁ ବଢୁଥିବାରୁ ଜନସାଧାରଣ ସତର୍କ ରହିବାକୁ ସେ ନିବେଦନ କରିଛନ୍ତି ।