Featuredଓଡ଼ିଶା

ସବୁ ରେକର୍ଡ ଭାଙ୍ଗିବ ମାର୍ଚ୍ଚ ମାସର ଖରା

ଭୁବନେଶ୍ୱର: ଭାଙ୍ଗିବ ସବୁ ରେକର୍ଡ । ତାତିରେ ଝଟପଟ ହେବ ଓଡ଼ିଶା । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମାର୍ଚ୍ଚ ମାସର ଖରା ସୃଷ୍ଟି କରିଛି ନୂଆ ରେକର୍ଡ । ଆଜି ଝାରସୁଗୁଡାରେ ଦିନ ୧୧ଟା ୩୦ରେ ତାପମାତ୍ରା ୩୭.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ଏହି ସମୟରେ ଝାରସୁଗୁଡାରେ ତାପମାତ୍ରା ୩୩.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ଚଳିତ ବର୍ଷ ପ୍ରବଳ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା । ସେହିପରି କେନ୍ଦୁଝର ୩୬, ସମ୍ବଲପୁର ୩୫.୬, ରାଉରକେଲା ଓ ବାଲେଶ୍ବର ୩୫.୨, ହୀରାକୁଦ ୩୫, ଭୁବନେଶ୍ବର ତାପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com