Featuredଜାତୀୟ

ଘୃଣା ଓ ଉତେଜନା ସୃଷ୍ଟିକାରୀ ଭାଷଣ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ହେଟ୍ ସ୍ପିଚ୍ ବା ଘୃଣା ସୃଷ୍ଟିକାରୀ ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ଏକ ହେଟ୍ ସ୍ପିଚ୍ ମାମଲାର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଇଲେକ୍ଟ୍ରୋନିକ୍ସ ମିଡିଆ ଓ ଆଙ୍କରମାନଙ୍କ ଘୃଣା ସୃଷ୍ଟିକାରୀ କାର୍ଯ୍ୟକ୍ରମ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ମାମଲାର ଶୁଣାଶି କରିଥିବା ବିଚାରପତି କେ.ଏମ୍ ଜୋସେଫ କହିଛନ୍ତି, ଘୃଣା ସୃଷ୍ଟିକାରୀ ଭାଷଣ ସମାଜ ପାଇଁ ବଡ଼ ବିପଦ ଏବଂ ଭାରତରେ ଏକ ମୁକ୍ତ ଓ ସନ୍ତୁଳିତ ପ୍ରେସର ଆବଶ୍ୟକତା ରହିଛି । ଆଜିକାଲି ସବୁକିଛି ଟିଆରପି ଦ୍ୱାରା ପରିଚାଳିତ ହେଉଛି ଏବଂ ଚ୍ୟାନେଲଗୁଡ଼ିକ ପରସ୍ପର ବିରୋଧରେ ପ୍ରତିଯୋଗିତା କରି ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି ।

ଏଭଳି କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଘୃଣାର ପ୍ରଚାର ପ୍ରସାର କରୁଥିବା ଆଙ୍କରମାନଙ୍କୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଗଣମାଧ୍ୟମ ସମାଜରେ ବିଭେଦ ଓ ବିଭାଜନ ସୃଷ୍ଟି କରିପାରିବ ନାହିଁ ବୋଲି କଡ଼ା ମତ ରଖିବା ସହ ଜଷ୍ଟିସ୍ ଜୋସେଫ କହିଛନ୍ତି ଯେ ଖବରକାଗଜ ତୁଳନାରେ ଦୃଶ୍ୟ ମାଧ୍ୟମ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି । ଦୃଶ୍ୟ କାରଣରୁ ସମାଜରେ ବିଭାଜନ ସୃଷ୍ଟି ହେଉଛି । ଦର୍ଶକମାନେ ମଧ୍ୟ ଏଭଳି ବିଷୟବସ୍ତୁ ଦେଖିବା ପାଇଁ ସମ୍ପୂର୍ଣ୍ଣ ପରିପକ୍ୱ ବୋଲି ଜଷ୍ଟିସ୍ ଜୋସେଫ କହିଛନ୍ତି ।

ସେ ଆହୁରି କହିଛନ୍ତି, ଏକ ଲାଇଭ କାର୍ଯ୍ୟକ୍ରମର ନିରପେକ୍ଷତାର ଚାବି ଆଙ୍କରଙ୍କ ହାତରେ ରହିଥାଏ । ଯଦି ଆଙ୍କର ନିରପେକ୍ଷ ନୁହଁନ୍ତି, ତାହେଲେ ସେ କୌଣସି ଏକ ପକ୍ଷକୁ ପ୍ରୋଜେକ୍ଟ କରିବାକୁ ଚାହିଁବେ ଏବଂ ଅନ୍ୟପକ୍ଷକୁ ମ୍ୟୁଟ୍ କରିବେ, ଯାହା ପକ୍ଷପାତିତାର ପ୍ରତୀକ । ତେଣୁ ଏଭଳି ଆଙ୍କରଙ୍କୁ ହଟାଇବା ଦରକାର ବୋଲି ବିଚାରପତି ଜୋସେଫ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com