Featuredଓଡ଼ିଶା

୨ ବର୍ଷରେ ସାପ କାମୁଡ଼ା ନେଇଛି ୧୮୫୯ ଜଣଙ୍କର ଜୀବନ

ଭୁବନେଶ୍ୱର: ସାପ କାମୁଡ଼ା ସାଜିଛି ବିପଦ । ସାପ କାମୁଡ଼ାରେ ମୃତୁ୍ୟ ସଂଖ୍ୟା ହେଉଛି ଉପରମୁହାଁ । ଏନେଇ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ତଥ୍ୟ । ଯେଉଁଥିରେ କୁହାଯାଇଛି ଯେ, ଗତ ୨ ବର୍ଷ ମଧ୍ୟରେ ୧୮୫୯ ଜଣଙ୍କର ଜୀବନ ଯାଇଛି । ରାଜ୍ୟରେ କେତେ ପରିମାଣ ଲୋକ ସାପ କାମୁଡ଼ାରେ ମରିଛନ୍ତି ସେନେଇ ଆଜି ଗୃହରେ ବସ୍ତା ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ ପଚାରିଥିଲେ । ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମୃତକଙ୍କ ମଧ୍ୟରୁ ମଧ୍ୟରୁ ୧୦୨୨ ଜଣ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ମିଳିଛି । ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଏଥିରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଲିଖିତ ଉତ୍ତର ଦେଇ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଖାଲି ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com