Featuredଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

କେନ୍ଦ୍ରଠୁ ମିଳିଲା ମଞ୍ଜୁରୀ; ଖୁବ ଶୀଘ୍ର ଚନ୍ଦ୍ରୟାନ-୫

ବେଙ୍ଗାଲୁରୁ: ଖୁବ ଶୀଘ୍ର ଭାରତର ମୁନ୍ ମିଶନ । କେନ୍ଦ୍ର ପକ୍ଷରୁ ମିଳିଛି ମଞ୍ଜୁରୀ । ସଫଳତା ମୁହାଁ ଆଉ ପାଦେ ଇସ୍ରୋ । ଚନ୍ଦ୍ରୟାନ-୫କୁ ନେଇ ଆସିଛି ବଡ଼ ଅପଡେଟ । ଇସ୍ରୋର ନୂଆ ଅଧ୍ୟକ୍ଷ ଭି.ନାରାୟଣଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ମିଶନରେ ୯ହଜାର ୨ଶହ କିଲୋଗ୍ରାମ୍‌ର ସାଟେଲାଇଟ୍‌ ଚନ୍ଦ୍ରକୁ ପଠାଯିବ । ଏହାର ଓଜନ ଚନ୍ଦ୍ରଯାନ-୩ ଠାରୁ ୪ହଜାର କେଜି ଅଧିକ । ଏହା କେବଳ ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ନରମ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କରିବ ନାହିଁ ବରଂ ନମୁନା ସଂଗ୍ରହ କରିବ ଓ ପରବର୍ତ୍ତୀ ପରୀକ୍ଷଣ ମଧ୍ୟ କରିବ । ୨୦୨୭ରେ ଇସ୍ରୋ ଚନ୍ଦ୍ରଯାନ-୪ ମିଶନକୁ ଲଞ୍ଚ୍‌ କରିବା ନେଇ ଲକ୍ଷ୍ୟ ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com