Featuredଜାତୀୟରାଜନୀତି

ପୂର୍ବ ଜନ୍ମରେ ଛତ୍ରପତି ଶିବାଜୀ ଥିଲେ ନରେନ୍ଦ୍ର ମୋଦୀ: ପ୍ରଦୀପ ପୁରୋହିତ

ନୂଆଦିଲ୍ଲୀ: ପୂର୍ବ ଜନ୍ମରେ ଛତ୍ରପତି ଶିବାଜୀ, ଆଉ ଏ ଜନ୍ମରେ ନରେନ୍ଦ୍ର ମୋଦୀ ଭାବେ ହୋଇଛନ୍ତି ଜନ୍ମ । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଲୋକସଭାରେ ବଜେଟ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରି ଏପରି ପ୍ରତିକି୍ରୟା ଦେଇଛନ୍ତି ବିଜେପି ସାଂସଦ । ଯାହାକୁ ନେଇ ଏବେ ଦେଖାଦେଇଛି ବିବାଦ । କଂଗ୍ରେସ ଦଳ ଓ କିଛି ଇଣ୍ଟରନେଟ ୟୁଜର୍ସ ପକ୍ଷରୁ ଏହାକୁ ଦୃଢ ନିନ୍ଦା କରାଯାଇଛି । ସେମାନଙ୍କ କହିବା କଥା ମରାଠା ସାମ୍ରଜ୍ୟ ପ୍ରତି ଛତ୍ରପତି ମହାରାଜଙ୍କ ବିରାସତ ଓ ବଳିଦାନ ଅତୁଳନୀୟ । ପ୍ରଜା ସ୍ୱାର୍ଥ ପାଇଁ ସେ କରିଥିବା କାର୍ଯ୍ୟ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ । ତେଣୁ ପ୍ରଦୀପ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ତୁଳନା କରିବା ଛତ୍ରପତିଙ୍କୁ ନିନ୍ଦା ଓ ଅପମାନ କରିବା ସହ ସମାନ ନୁହେଁ କି ବୋଲି କରିଛନ୍ତି ପ୍ରଶ୍ନ ।

Related Articles

Back to top button
WP Twitter Auto Publish Powered By : XYZScripts.com