Featuredଓଡ଼ିଶାଶିକ୍ଷା

ଆଜିଠୁ ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ମାଟ୍ରିକ ଖାତା ଦେଖା । ୧୯ ତାରିଖରୁ ଏହି ଖାତା ଦେଖା ପ୍ରକି୍ରୟା ଆରମ୍ଭ ହୋଇଛି । ରାଜ୍ୟର ୧୧ ହଜାର ୮ ଶହ ହାଇସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି। ଖାତା ଦେଖା ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ୟ୍ୟନ୍ତ ଚାଲିବ। ପ୍ରାୟ ୧୨ ଦିନ ବ୍ୟାପୀ ମୂଲ୍ୟାୟନ ଚାଲିବ। ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ କେନ୍ଦ୍ର କ୍ୟାମ୍ପସ୍‌ ବାହାରକୁ ଯାଇପାରିବେ ନାହିଁ। ସେହିପରି କେନ୍ଦ୍ରକୁ ମୋବାଇଲ୍‌ ନେବା ମଧ୍ୟ ବାରଣ ରହିଛି। ଏଥିରେ ଖିଲାପ କଲେ ସମ୍ପୃକ୍ତ ମୂଲ୍ୟାୟନକାରୀଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍‌ ଉତ୍ତର ଖାତା କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚି ଖାତା ଦେଖା ପ୍ରକି୍ରୟା ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com