
ଭୁବନେଶ୍ୱର: ଚେତାବନୀ ଦେଲା କଂଗ୍ରେସ । ନାରୀ ନିର୍ଯାତନାକୁ ନେଇ ରହିବନି ଚୁପ୍ । ନାରୀ ନିର୍ୟାତନା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରା ନଯିବା ପର୍ୟ୍ୟନ୍ତ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ। ୨୭ରେ ଘେରିବ ବିଧାନସଭା । ଏଭଳି କିଛି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।
ରାଜ୍ୟ ଓ କେନ୍ଦ୍ରରେ ଏବେ ଡବଲ ଇଂଜିନ ସରକାର ଚାଲିଛି। କିନ୍ତୁ ରାଜ୍ୟରେ ନାରୀ ନିର୍ୟାତନାର ବେଗ ମଧ୍ୟ ଡବଲ ବେଗରେ ଗତି କରୁଛି। ପ୍ରତିଦିନ ନାରୀ ନିର୍ୟାତନା ଘଟଣା ସାମ୍ନାକୁ ଆସୁଛି। ଏଭଳି ଘଟଣା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏହାର ନିରାକରଣ କରିବା ପାଇଁ ସରକାରଙ୍କ ପାଖରେ କୌଣସି ପ୍ରକାର ମେକାନିଜିମ ନାହିଁ। ଏହି ନାରୀ ନିର୍ୟାତନା ରୋକିବା ପାଇଁ ଗୃହର ଏକ କମିଟି ଗଠନ କରି ସରଜମିନ ତଦନ୍ତ କରିବାକୁ କଂଗ୍ରେସ ଦାବି କରିଆସୁଛି।
ପୂର୍ବରୁ ମହିଳାଙ୍କ ସୁରକ୍ଷାକୁ ନେଇ ଗୃହରେ କଂଗ୍ରେସର ସ୍ୱର କଥା କାହାକୁ ଅଛପା ନାହିଁ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ମହିଳାଙ୍କ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ବିକ୍ଷୋଭ ନାରାବାଜି କରିବା ଦେଖିବାକୁ ମିଳିଥିଲା । କେବଳ ଗୃହ ଭିତରେ ନୁହେଁ ବାହାରେ ମଧ୍ୟ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ୟ । ଏହି ପରିପ୍ରେକ୍ଷୀରେ ଗୃହରେ ଉପୁଜିଥିବା ବିଶୃଙ୍ଖଳାକୁ ନେଇ ମଧ୍ୟ କଂଗ୍ରେସ ବିଧାୟକ ତାରା ପ୍ରସାନଦ ବାହିନୀପତିଙ୍କୁ ନିଲମ୍ବନ ସହିବାକୁ ପଡ଼ିଥିଲା ।
ତେବେ କଂଗ୍ରେସର ଏହି ନାରୀ ଆଭିମୁଖ୍ୟ ତୀବ୍ରତର ହେଉଥିବା ବେଳେ ୨୭ରେ କଂଗ୍ରେସ ବିଧାନସଭା ଘେରିବାର ଚେତାବନି ଦେଇଛି ।