ଜାତୀୟ
ନିଆଁ ଖୋଲିଦେଲା ଗୁମର, ଦିଲ୍ଲୀ ହାଇକୋର୍ଟ ଜଜ୍ଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା

ନୂଆଦିଲ୍ଲୀ: ଘରେ ନିଆଁ ଲାଗିଲାନି ଯେ, ଫିଟିଗଲା ଦୀର୍ଘ ବର୍ଷର ଗୁମର । କଳା ପୋଷାକ ପିନ୍ଧି ଦେଉଥିଲେ ନ୍ୟାୟ । କିନ୍ତୁ କଳା ପୋଷାକ ସହ କାମ କରିବାର ବ୍ୟବସ୍ଥାରେ ନିୟତ ହୋଇଗଲା କଳା । ଦିଲ୍ଲୀ ହାଇକୋର୍ଟ ଜଜ୍ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍ ୟଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ମିଳିଲା ପୁଳାପୁଳା ଟଙ୍କା । ଘରେ ନିଆଁ ଲାଗିବାରୁ ଅଗ୍ନିଶମ ଟିମ୍କୁ ଡାକିଥିଲେ ପରିବାର ଲୋକେ । ନିଆଁ ଲିଭାଇବା ବେଳେ ଗୋଟିଏ ରୁମ୍ରୁ ପୁଳାପୁଳା ଟଙ୍କା ଜବତ କରାଯାଇଛି । ତେବେ ଅଗ୍ନିକାଣ୍ଡ ଓ ପୁଳାପୁଳା ଟଙ୍କା ଜବତ ବେଳେ ଘରେ ନଥିଲେ ଜଜ୍ । ଘଟଣା ପରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଆକ୍ସନ ନିଆଯାଇ ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି ।