
ଝାରସୁଗୁଡ଼ା: ସରିଲା ୫ ଦିନର ତନାଘନା । ଝାରସୁଗୁଡ଼ାରେ ଚାଲିଥିଲା ଜୋରସୋରରେ ତଦନ୍ତ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ସାରିଛି ନିଜର ତଦନ୍ତ । ବାସଭବନ ଠୁ ଆରମ୍ଭ କରି ଏୟାରପୋର୍ଟ, ସବୁଠି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ ତଦନ୍ତ ସାରି ଝାରସୁଗୁଡ଼ା ରୁ ଫେରିଆସିଛନ୍ତି । ଝାରସୁଗୁଡ଼ାରେ ୫ ଦିନର ତନାଘନା ପରେ ଝାରସୁଗୁଡା ଛାଡିଲା କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ୫ ଦିନର ତନାଘନା ମଧ୍ୟରେ ୧୫ରୁ ଅଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଅନେକ ତଥ୍ୟ ହାସଲ କରିଛି ଓ ତାକୁ କୋର୍ଟରେ ଉପସ୍ଥାପନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକ କହିଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ହୋଇଥିବା ତଦନ୍ତରେ କ୍ରାଇମବ୍ରାଞ୍ଚ ସନ୍ତୁଷ୍ଟ ଥିବାବେଳେ ଆଗକୁ ଆଉ ଆବଶ୍ୟକ ହେଲେ ପୁଣି ଏହି ଟିମ୍ ଝାରସୁଗୁଡା ଆସିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଅସନ୍ତୋଷ ଜାହିର ହୋଇଥିଲା । କିନ୍ତୁ କିଛି ଦିନର ବିରତି ପରେ ପୁଣି ଉଠିଲା ନଦ ଦାସ ମର୍ଡର ମିଷ୍ଟି୍ର । ନବଙ୍କ ମାମଲାରେ ବିଧାନସଭା ହୋଇଉଠିଲା ଉଷ୍ମ । ଶାସକ ଦଳ ପକ୍ଷରୁ ନବ ଦାସଙ୍କ ପରିବାର ସଦସ୍ୟ ତଥା ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ, ତାଙ୍କ ଭାଈ ବିଶାଳ ଦାସ ଓ ନବଙ୍କ ପତ୍ନୀ ମୀନତି ଦାସଙ୍କ ଉପରେ ପଡିଥିଲା ଚାପ । ଚାପ ଏହା ଥିଲା ଯେ, ନବଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ଚିଠି ଲେଖନ୍ତୁ । ପରବର୍ତ୍ତୀ ସମୟରେ ଏହା ହିଁ ହେଲା ଦୀପାଳୀ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ଯାଇ ଦାବିପତ୍ର ପହଞ୍ଚିଥିଲେ ।