Breaking NewsFeaturedରାଜନୀତି

ସାମ୍ନାକୁ ଆସିଲା ଭିଭିପ୍ୟାଟର ହ୍ୟାକିଂ ଭିଡିଓ । କଣ କହୁଛନ୍ତି ସାମ ପିଟ୍ରୋଡା ଦେଖନ୍ତୁ ।

କଣ ବାତିଲ ହେବ ମଧ୍ୟପ୍ରଦେଶ ନିର୍ବାଚନ । ଏ ପ୍ରଶ୍ନ ଏଥିପାଇଁ କି ଏବେ ଖୋଲା ଚ୍ୟଲେଂଜ ଦେଇଛନ୍ତି ନିର୍ବାଚନ ଆୟୋଗ । କାରଣ ଇଭିଏମକୁ ହ୍ୟାକ କରାଯାଇଥିବା ନେଇ ଅଭିଯୋଗ କରିଆସୁଛନ୍ତି ବିରୋଧୀ ଦଳ । ଏମିତି କି ନିର୍ବାଚନ ଆୟୋଗଙ୍କୁ କାଠଗଡା କୁ ଟାଣି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ୫୦ଆଇନଜୀବୀ । ତେଣୁ ବିରୋଧୀଙ୍କୁ ଚ୍ୟାଲେଂଜ ଦେଇଛନ୍ତି ଇସି । ଇଭିଏମ ହ୍ୟାକ ନେଇ ଏକପ୍ରକାର ଭିଡିଓ ଆଣନ୍ତୁ କିମ୍ବା ନହେଲେ ପ୍ରମାଣ ଦିଅନ୍ତୁ ବୋଲି ସେ କହିଛନ୍ତି । ଆଉ ଯଦି ଏହା କରିନପାରନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ ବି କରିଛନ୍ତି । ତେବେ ଏସବୁ ଭିତରେ ଏବେ ହଲଚଲ ମଚାଇଛି ଭିଭିପ୍ୟାଟ ହ୍ୟାକିଂର ଭିଡିଓ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାସହ ନିର୍ବାଚନ ଆୟୋଗ ବି ଟ୍ରେଣ୍ଡ କରିବାରେ ଲାଗିଛନ୍ତି । ତେବେ କଣ ଏହି ମାମଲା ତା ଉପରେ ବିଶ୍ଲେଷଣ କରିବା । କିନ୍ତୁ ପ୍ରଥମେ ଏହି ଭିଡିଓ ଉପରେ ନଜର ପକାନ୍ତୁ ।

ଏହି ଭିଡିଓରେ ସଫା ସଫା ନଜର ଆସିଛି କିଭଳି ବ୍ୟବହାର ହୋଇଛି ଭିଭିପ୍ୟାଟ । ୨୦୧୭ରେ ଯେଉଁ ଭିଭିପ୍ୟାଟ ବ୍ୟବହାର କରାଯାଇଥିଲା, ସେଥିରେ ଟ୍ରାନ୍ସଫରେନ୍ସି ବା ଏପଟ ସେପଟ ଚିତ୍ର ଦେଖିବାକୁ ମିଳିଥିଲା । କିନ୍ତୁ ଏହା ପରଠୁ ଯେଉଁ ଭିବିପ୍ୟାଟ ଆସିଛି, ସେଥିରେ ଏମିତି କଳା କାଚ ଲାଗିଛି ଯାହା କିଛି ଦେଖାଯାଉନି । ଯେପର୍ଯ୍ୟନ୍ତ ଲାଇଟ ନ ଜଳିଛି, ସେ ଯାଏ ଜାଣି ହେବନି କି କେଉଁ ପାର୍ଟିକୁ ଲୋକେ ଦେଇଛନ୍ତି ଭୋଟ । ଯାହାର ଡେମୋ ମଧ୍ୟ କରାଯାଇଛି । ଏଭଳି ଭିଡିଓ ଭାଇରାଲ ପରେ ଜୋର ଧରିଛି ରାଜନୀତି । ସେପଟେ ଇଭିଏମରେ ହେରଫେର କରାଯାଉଥିବା ମଧ୍ୟ ସ୍ୱୀକାର କରିଛନ୍ତି କଂଗ୍ରେସ ନେତା ସାମ ପିଟ୍ରୋଡା । ଆଉ ଏହାକୁ ନେଇ ସେ ଏବେ ଉଦବେଗ ପ୍ରକାଶ କରିଛନ୍ତି । ଯଦି ଇଭିଏମ ସମ୍ବଦ୍ଧୀୟ ସମସ୍ୟାର ସମାଧାନ ନ ହୁଏ, ତେବେ ୨୦୨୪ ନିର୍ବାଚନରେ ୪ଶହରୁ ଅଧିକ ଆସନରେ ଜିତିବ ଭାରତୀୟ ଜନତା ପାର୍ଟି । ଏଭଳି ବୟାନ ଦେଇଛନ୍ତି ସାମ ପିଟ୍ରୋଡା । ତେବେ ସାମଙ୍କ ଏହି ବୟାନ ଏବେ ରାଜନୀତିରେ ନିଆଁ ଲଗାଇ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com