
ଭୁବନେଶ୍ୱର: ଗୋଟେ ଦିନ ବି ଚାଲିପାରୁନି ଗୃହ । ବିରୋଧୀଙ୍କ ହୋ ହଲ୍ଲା ଭିତରେ ଧୋଇଯାଉଛି ପ୍ରଶ୍ନକାଳ । ବାରମ୍ବାର ଏପରି ହେଉଥିବାରୁ ଚାଲିପାରୁନି ବିଧାନସଭାର ବଜେଟ ଅଧିବେସନ । ଯାହାକୁ ନେଇ ନିନ୍ଦା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରେସମିଟ କରି କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି ରାଜସ୍ୱ ମନ୍ତ୍ରୀ । ସେ କହିଛନ୍ତି, ୧୮ ଦିନରେ ୩୧ ଘଣ୍ଟା ଚାଲିପାରିନାହିଁ ବିଧାନସଭା ଗୃହ କାର୍ୟ୍ୟ। ଅତୀତରେ ଉତ୍ତର ପ୍ରଦେଶ ବିଧାନସଭାରେ ରକ୍ତାକ୍ତ ବିଧାୟକଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ପହଞ୍ଚିଥିଲା। ଏ ପୃଷ୍ଠ ଭୂମିରେ ଓଡ଼ିଶା ବିଧାନସଭା ଶାନ୍ତିରେ ଅଛି। ପ୍ରତିବାଦ କରିବାର ଢଙ୍ଗ ଅଛି। ଆଚରଣ ସଂସ୍କାର ଧୀରେ ଧୀରେ ବିଧାନସଭା ଓ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛି। ମହିଳା ବାଚସ୍ପତିଙ୍କ ସାମ୍ନାରେ ହୁଇସିଲ ମାରିବା, ପୋଡିୟମ ଉପରକୁ ଚଢିବା ଏବଂ ଘଣ୍ଟ ବଜାଇବା। ଅଷ୍ଟ ପ୍ରହରୀରେ ଘଣ୍ଟ, ଗିନି, ମୃଦଙ୍ଗ ବାଜିବା ଦେଖିଛୁ କିନ୍ତୁ ଗୃହ ଭିତରେ ଏସବୁ ଠିକ୍ ନୁହେଁ। ସମାଧାନ ପାଇଁ ୩ ଥର ସର୍ବଦଳୀୟ ବୈଠକ ଡାକି ସାରିଲେଣି। ୧୮ ଦିନ ଭିତରେ ୩୧ ଘଣ୍ଟାର କାର୍ୟ୍ୟ ହୋଇପାରିନାହିଁ।