
ନୂଆଦିଲ୍ଲୀ: ବଢିଲା ସାଂସଦମାନଙ୍କର ଦରମା । ରାଜ୍ୟସଭା ଓ ଲୋକସଭାର ସାଂଦସମାନଙ୍କର ଦରମାରେ ହୋଇଛି ବୃଦ୍ଧି । ଏଣିକି ଲକ୍ଷେ ନୁହେଁ ମାସିକ ୧ ଲକ୍ଷ ୨୪ ହଜାର ଟଙ୍କା ପାଇବେ ପ୍ରତ୍ୟେକ ସାଂସଦ ।
ଏହା ବ୍ୟତୀତ ଦୈନିକ ଭତ୍ତା ମଧ୍ୟ ଦୁଇ ହଜାରରୁ ଅଢ଼େଇ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବତନ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି କରାଯାଇଛି, ଯାହା ଏବେ ମାସିକ ୨୫ ହଜାର ଟଙ୍କାରୁ ବୃଦ୍ଧି ପାଇ ୩୧ ହଜାର ଟଙ୍କା ହେବ। ଏହି ନୂତନ ଦରମା ଏବଂ ପେନସନ ୧ ଏପ୍ରିଲ, ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ । ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। ପୂର୍ବରୁ, ୨୦୧୮ ଏପ୍ରିଲରେ ସାଂସଦଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଥିଲା।