
ଭୁବନେଶ୍ୱର: ବିରୋଧ, ପ୍ରତିବାଦ, ନାରାବାଜି ମଧ୍ୟରେ ଅଚଳ ବିଧାନସଭା । ଗୋଟିଏ ଦିନରେ ଦୁଇ ଥର ମୁଲତବୀ ହେଲା ପରେ ମଧ୍ୟ ତୃତୀୟ ଥର ପୁଣି ମୁଲତବୀ ହୋଇଛି ଓଡ଼ିଶା ବିଧାନସଭା । ବିରୋଧୀଙ୍କ ଲଗାତାର ବିଶୃଙ୍ଖଳିତ ଆଚରଣ ପାଇଁ ସ୍ୱାଭାବିକ ହୋଇପାରୁନି ପ୍ରଶ୍ନକାଳ । ବଜେଟ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେସନ । କିନ୍ତୁ ବିରୋଧୀ ସଦସ୍ୟଙ୍କ ଆଚରଣରେ ଅସ୍ୱାଭାବିକ ହୋଇଉଠୁଛି ବିଧାନସଭାର ପବିତ୍ର ଗୃହ । ଆଜି ମଧ୍ୟ ଏହି ସମାନ ସ୍ଥିତିରେ ଅଚଳ ହୋଇଛି ବିଧାନସଭା । ବିରୋଧୀ କଂଗ୍ରେସ ଓ ବିଜେଡିର ସଦସ୍ୟମାନେ କରିଥିଲେ ବିରୋଧ ପ୍ରଦର୍ଶନ । ହାତରେ ଘଣ୍ଟ, ଗିନି ଓ ପାଟିରେ ହ୍ୱିସିଲ ଓ ବଇଁଶି ବଜାଇ ଚଳାଇ ଦେଉନାହାନ୍ତି ଗୃହ । ଯାହାକୁ ନେଇ ପୁନର୍ବାର ସଦନକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।