
ଜଟଣୀ: ଭିଜିଲାନ୍ସ ତାଲିକାରେ ଆଉ ଜଣେ ସରକାରୀ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜାଲରେ ଫଶିଲେ ପୌରପରିଷଦ ଅଧିକାରୀ । ବାବୁଙ୍କର ଏକକାଳୀନ ୯ଟି ସ୍ଥାନରେ ହେଉଛି ରେଡ୍ । ତାଙ୍କ ଅଫିସରେ ମଧ୍ୟ ଚାଲିଛି ରେଡ୍ । ଜଟଣୀ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟବଂଶୀ ପାଟ୍ଟଯୋଶୀଙ୍କ ଘରେ ଚଢାଉ କରୁଛି ଓଡ଼ିଶା ଭିଜିଲାନ୍ସ ।
ପୈତୃକ ଗ୍ରାମ ସୋରଡ଼ାର ୩ଟି ଘରେ ଭିଜିଲାନ୍ସ ଛାନଭିନ୍ କରୁଛି। ଏହାସହିତ ଭୁବନେଶ୍ୱର ବାସଭବନ ଓ ବ୍ରହ୍ମପୁରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରୁଛି। କଟକରୁ ଆସିଥିବା ଭିଜିଲାନ୍ସର ୨ଟି ଟିମ୍ ଚଢ଼ାଉରେ ସାମିଲ ହୋଇଥିବା ସୂଚନା ମିଳିଛି୍ସ ।