
ଭିଲାଇ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ଦିନ ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ରାୟପୁର ଏବଂ ଭିଲାଇସ୍ଥିତ ବାସଭବନରେ ଚଢାଉ କରିଛି । ସକାଳେ ସିବିଆଇ ଦଳ ତାଙ୍କ ବାସଭବନରେ ପହଂଚି ରେଡ୍ କରିଛି ।
ମାର୍ଚ୍ଚ ୧୦ ତାରିଖରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଏବଂ ଅନ୍ୟମାନଙ୍କ ସହିତ ଜଡିତ ୧୪ଟି ସ୍ଥାନରେ ଚଢାଉ କରିଥିଲା। ଏହି କାର୍ୟ୍ୟାନୁଷ୍ଠାନ ରାଜ୍ୟରେ ୨,୧୬୧ କୋଟି ଟଙ୍କାର ମଦ ଦୁର୍ନୀତିର ତଦନ୍ତର ଏକ ଅଂଶ ଥିଲା। ଋଊ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ବାସଭବନ ସହିତ ତାଙ୍କ ନିକଟତମ ସହଯୋଗୀ ଏବଂ ବ୍ୟବସାୟୀ ଲକ୍ଷ୍ମୀ ନାରାୟଣ ବଂଶଲ, ଯିଏକି ପପୁ ବଂଶଲ ନାମରେ ମଧ୍ୟ ଜଣାଶୁଣା, ତାଙ୍କ ସହିତ ଜଡିତ ଘର ଖୋଜାଖୋଜି କରିଥିଲେ।