
ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନିଦେ୍ର୍ଦଶ ପରେ ଦେଖିବାକୁ ମିଳିଛି ହାଇଡ୍ରାମା । ରାସ୍ତାରେ ଅହୋରାତ୍ର ଧାରଣା ଦେଇଛନ୍ତି କଂଗ୍ରେସ ବିଧୟକ । ପିସିସି ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ, ନିଲମ୍ବିତ ହୋଇଥିବା ବିଧାୟକ, ଛାତ୍ର ଓ ଯୁବ କଂଗ୍ରେସର ନେତା ଓ କର୍ମୀମାନେ ରାଜରାସ୍ତାରେ ଦେଇଛନ୍ତି ଧାରଣା । ମାଷ୍ଟରକ୍ୟାଣ୍ଟିନ ଛକରେ ଖୋଲା ଆକାଶ ତଲେ ରାସ୍ତାରେ ବସି ବାଚସ୍ପତିଙ୍କ ନିଲମ୍ବନ ନିଦେ୍ର୍ଦଶକୁ କରିଛନ୍ତି ନିନ୍ଦା । କିଛି ଦିନ ପୂର୍ବରୁ ନିଲମ୍ବିତ ହୋଇଥିବା ଜୟପୁର ବିଧାୟକ ତାରା ବାହିନୀପତି ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି ।