
ଭୁବନେଶ୍ୱର: ଆଜି କେମିତି ଚାଲିବ ବିଧାନସଭା? ଗୃହ ଭିତରେ କଂଗ୍ରେସ ସଦସ୍ୟଙ୍କ ଅନୁପସ୍ଥିତିରେ ସୁରଖୁରୁ ହେବ ପ୍ରଶ୍ନକାଳ? ନା ବିଜେଡି ଉଠାଇବ ବିରୋଧର ନାରା? ସମସ୍ତ ୧୪ ଜଣ କଂଗ୍ରେସ ବିଧାୟକଙ୍କ ନିଲମ୍ବନ ପରେ ଆଜି ସଦନରେ ଖାଲି ପଡିଛି କଂଗ୍ରେସ ସଦସ୍ୟଙ୍କ ସ୍ଥାନ । ଗୃହରେ ଓ ଗୃହ ବାହାରେ କଂଗ୍ରେସକୁ ସମର୍ଥନ କରିଆସିଛି ବିଜେଡି । ହାତ ଦଳ ବ୍ୟାରିକେଡ ଭାଙ୍ଗିଲା ବେଳେ ବିଜେଡି କରିଥିଲା ସହଯୋଗ । କିନ୍ତୁ ଆଜି ହେଉଛି ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି କଂଗ୍ରେସର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବିଜେଡିର ଆଭିମୁଖ୍ୟ ଆଜି ଗୃହରେ ଓ ଗୃହ ବାହାରେ କ’ଣ ରହିବ ତାକୁ ନେଇ ବଢୁଛି ଚର୍ଚ୍ଚା ।