ଓଡ଼ିଶା

ସୋୟାବିନ୍ ତରକାରୀ ଖାଇବା ହେଲା କାଳ: ୧୨ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୀଳଗିରି : ସୋୟାବିନ୍ ତରକାରୀ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ବାଲେଶ୍ଵର ଜିଲ୍ଲା ନୀଳଗିରି-ସାଇଗଣେଷ ଟିଉଟରିଆଲରେ ନିମ୍ନମାନର ଖାଦ୍ୟ ଖାଇ ୧୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସୋୟାବିନ୍ ତରକାରୀ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇ ପଡିଥିଲେ । ସମସ୍ତ ଅସୁସ୍ଥଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଟିଉଟରିଆଲରେ ବିଷାକ୍ତ ଖାଦ୍ୟ ଖାଇ ୧୨ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ସାଇଗଣେଷ ଟିଉଟୋରିଆଲରେ ଛାତ୍ରଛାତ୍ରୀମାନେ ଗୁରୁବାର ରାତିରେ ସୋୟାବିନ୍ ତରକାରୀ ଓ ସାଲାଡ୍ ଖାଇବା ପରେ ହଠାତ୍ ସେମାନଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ସମସ୍ତେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ସୋୟାବିନ୍ ବଡି ୨୦୧୨ ମସିହାର ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com