ଓଡ଼ିଶା

ୟୁକ୍ରେନ୍‌ରୁ ଓଡ଼ିଶା ଫେରିଲେ ଛାତ୍ରଛାତ୍ରୀ, ଏବେ ବି ଫସିରହିଛନ୍ତି ଅନେକ

ଭୁବନେଶ୍ୱର() ୟୁକ୍ରେନ୍‌ରୁ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ। ୟୁକ୍ରେନ୍‌ର ଉତ୍ତର ପଟ ରୁଷିଆ ଦଖଲ କରିସାରିଥିବା କାରଣରୁ ଦକ୍ଷିଣ ପଟ ଦେଇ ଭାରତ ଆସିଛନ୍ତି ଏହି ଛାତ୍ରଛାତ୍ରୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ବେଶ୍ ଖୁସି ଅନୁଭବ କରିଛନ୍ତି। ତେବେ ସେମାନେ ନିଜେ ସୁରକ୍ଷିତ ହୋଇ ଫେରିଛନ୍ତି ସତ , ହେଲେ ସେଠାରେ ଫସି ରହିଥିବା ସେମାନଙ୍କ ବନ୍ଧୁମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ସେଠାକାର ସ୍ଥିତି ଭୟାବହ ହେବାକୁ ଲାଗିଛି । ପ୍ରତି ମୁହୂର୍ତ୍ତରେ ଆକାଶରୁ ବାରୁଦ ଖସୁଛି। ଅପରେସନ୍ ଗଙ୍ଗାରେ ଏହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି।

ସେହିପରି ଏବେ ବି ୟୁକ୍ରେନରେ ପାଖାପାଖି ୧୦ ହଜାର ଭାରତୀୟ ଫସି ରହିଛନ୍ତି। ୟୁକ୍ରେନରୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଅତିଶ ନାଗର କହିଛନ୍ତି , ‘ଦଶ ହଜାରରୁ ଅଧିକ ଭାରତୀୟ ଛାତ୍ର ଏବେ ବି ସେଠାରେ ଫସି ରହିଛନ୍ତି । ଆମେ ଚାହୁଁଛୁ କି, ସେମାନଙ୍କୁ ଯଥାଶୀଘ୍ର ଭାରତ ଫେରାଇ ଅଣାଯାଉ। ସରକାରଙ୍କ ଠାରୁ ଆମର ଆଶା ରହିଛି ଯେ, ସେ ୟୁକ୍ରେନରେ ଫସିଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବେ’।

Related Articles

Back to top button
WP Twitter Auto Publish Powered By : XYZScripts.com