ଓଡ଼ିଶା

ଆନ୍ତଃରାଜ୍ୟ ଜଳ, ଜମି, ଭାଷା ବିବାଦ ନେଇ ନବୀନ-ଜଗନ ଆଲୋଚନା

ଭୁବନେଶ୍ୱର: ସରିଲା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମୁଖ୍ୟ ଓ ପ୍ରତିନିଧି ଦଳର ବହୁ ପ୍ରତୀକ୍ଷିତ  ଉଚ୍ଚସ୍ତରୀୟ ବୈଠକ । ଉଭୟ ରାଜ୍ୟ ମଧ୍ୟରେ ବର୍ଷ ବର୍ଷ ଧରି ଲାଗି ରହିଥିବା ୬ଟି ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗ ଓ ବିବାଦ ଉପରେ କରାଗଲା ଆଲୋଚନା । ଲୋକସେବା ଭବନରେ ଆଲୋଚନା ପରେ ମିଳିତ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୱାଇ.ଏସ୍ ଜଗନମୋହନ ରେଡ୍ଡୀ । ଯଥାଶୀଘ୍ର ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବସ୍ତରରେ ଉଚ୍ଚକ୍ଷମତା ସମ୍ପନ୍ନ କିମିଟି ଗଠନ କରି ଏ ସମସ୍ତ ବିବାଦର ତ୍ବରିତ ସମାଧାନ ପାଇଁ ଉଦ୍ୟମ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଲାଗିରହିଥିବା ୬ଟି ମୁଖ୍ୟ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ପ୍ରାଶାସନିକ ମୁଖ୍ୟ ଏଣିକି ମିଳିତ ଭାବେ ଦଶନ୍ଧୀ ଦଶନ୍ଧୀ ଧରି ଲାଗି ରହିଥିବା ଜଳ ଜମି ଓ ଭାଷା ବିବାଦର କରିବେ ସମାଧାନ ଉଦ୍ୟମ । ଏସବୁ ପ୍ରମୁଖ ପ୍ରସଙ୍ଗ ଗୁଡ଼ିକ ହେଲା କୋଟିଆ ଗ୍ରାମପୁଞ୍ଜ ସୀମା ବିବାଦ, ନେରଡ଼ି ବ୍ୟାରେଜ୍, ଝଞ୍ଜାବତୀ ପ୍ରକଳ୍ପ, ପୋଲାବରମ୍ ବିବାଦ, ବାଲିମେଳା ଓ ଅପର୍ ସିଲେରୁ ବିଦ୍ୟୁତ ପ୍ରକଳ୍ପ, ଆନ୍ତଃରାଜ୍ୟ ମାଓ ଦମନ ଏବଂ ଆନ୍ଧ୍ରପ୍ରଦେଶ ବି.ଆର୍. ଆମ୍ବେଦକର ବଶ୍ବବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଭାଷା ପାଠ୍ୟକ୍ରମ ବ୍ୟବସ୍ଥା ଆଦି । 

ମଙ୍ଗଳବାର ଭୁବନେଶ୍ୱର ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଆନ୍ଧ୍ର ଓ ଓଡ଼ିଶାର ମୁଣ୍ଡବ୍ୟଥା ପାଲଟିଥିବା ନକ୍ସଲ୍ ସମସ୍ୟା ଓ ଗଞ୍ଜେଇ ଚାଷର ମୂଳୋତ୍ପାଟନ ଲାଗି ଦୁଇ ରାଜ୍ୟ ପରସ୍ପରକୁ ସହଯୋଗର ହାତ ବଢ଼ାଇବାକୁ ହୋଇଛି । ଶ୍ରୀକାକୁଲମ ସ୍ଥିତ ବି.ଆର୍. ଆମ୍ବେଦକର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଚେୟାର ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ସରକାର କାମ କରିବେ । ସେହିଭଳି ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଲାରେ ଭାଇଚାରାକୁ ବଢ଼ାଇ ଉଭୟ ରାଜ୍ୟରେ ପ୍ରଚଳିତ ଭାଷାର ଶିକ୍ଷକ ନିଯୁକ୍ତି ସହ ପାଠ୍ୟପୁସ୍ତକ ଯୋଗାଣ, ପରୀକ୍ଷା ଉପରେ ବି ଗୁରୁତ୍ୱାରୋପ କରାଯାଇଛି । ଭାରତର ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଦୁଇ ରାଜ୍ୟ ଏକାଠି ବୁଝାମଣାର ସହ କାମ କରିବା ସହ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ୨ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ କୋଟି କୋଟି ଲୋକଙ୍କ ହିତକୁ ସର୍ବୋପରି ଭାବି କାମକରିବେ ବୋଲି ମିଳିତ ବିବୃତିରେ ଉଲ୍ଲେଖ ରହିଛି । ଉଭୟ ରାଜ୍ୟ ମୁଖ୍ୟଙ୍କ ବୈଠକୁ ପୂର୍ବରୁ ମଙ୍ଗଳବାର ପୂର୍ବାହ୍ନରେ ଆନ୍ଧ୍ର-ଓଡ଼ିଶା ମୁଖ୍ୟଶାସନ ସଚିବ, ଜଳସମ୍ପଦ ବିଭାଗର ଉଚ୍ଚ ପ୍ରତିନିଧି ଏବଂ ବିଶେଷଜ୍ଞ କମିଟିର ଏକ ବିଶଦ ବୈଠକ ଅନୁଷ୍ଠିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com