ଓଡ଼ିଶା

ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ; ପୁନଃ ଗଣତି ଦାବି କଲେ ସରପଞ୍ଚ ପ୍ରାର୍ଥିନୀ

ବଡ଼ବିଲ() ଯୋଡ଼ା ବ୍ଲକ, ଭଦ୍ରାସାହି ପଞ୍ଚାୟତର ଭୋଟ ଗଣତି ଶେଷ ହୋଇଛି । ଏଠାରେ ୭ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ, ଦୁଇ ଯା’ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ବଡ଼ ଯା’ ପ୍ରମିଳା ନାଏକ ୧୦୬୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ, ସାନ ଯା’ ବାସନ୍ତୀ ନାଏକ ମାତ୍ର ୫ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ବାସନ୍ତୀଙ୍କୁ ମୋଟ ୧୦୬୦ ଖଣ୍ଡ ଭୋଟ ମିଳିଥିବା ଜଣାପଡିଛି ।
ତେବେ ଏହି ପଞ୍ଚାୟତରେ ମୋଟ ୩୦୫୫ଟି ଭୋଟ ପଡିଥିବା ବେଳେ, ୨୯୪ଟି ଭୋଟ ନାକଚ ହୋଇଛି । ତେବେ ଏହି ଫଳାଫଳକୁ ନେଇ ବାସନ୍ତୀ ନାଏକ ଅସନ୍ତୋଷ ବ୍ୟକ୍ତ କରିବା ସହ ଭୋଟ ପୁନଃ ଗଣତି କରିବା ପାଇଁ ଦାବି କରିଛନ୍ତି । ବାସନ୍ତୀ ଅଭିଯୋଗ କରିଛନ୍ତି ଯେ ବଡ଼ବିଲ ଥାନା ଅଧିକାରୀ ଶୁଶାନ୍ତ ଦାଶ, ଗଣତି କେନ୍ଦ୍ର ଭିତରକୁ ଅନଧିକାର ପ୍ରବେଶ କରି ବାଲାଟ ପେପରକୁ ଏପଟ ସେପଟ କରି ଗଣତିକୁ ପ୍ରଭାବିତ କରିଛନ୍ତି । ଗଣତି କେନ୍ଦ୍ରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବାସନ୍ତୀ । ତାଙ୍କର କହିବା କଥା, ପ୍ରତି ବୋଥ ଗଣତିକୁ ହିସାବ କଲେ ସେ ୧୯ଟି ଭୋଟରେ ଜିତିବା କଥା, ମାତ୍ର ୫ଟି ଭୋଟରେ ପରାଜିତ କିପରି ହେଲେ ସେନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି । ଏନେଇ ବ୍ଲକ ନିର୍ବାଚନ ଅଧିକାରୀ ତଥା ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନଙ୍କ ନିକଟକୁ ଲିଖିତ ଅଭିଯୋଗ ନେଇ ଯାଇଥିଲେବି ସେ ଅଭିଯୋଗ ଗ୍ରହଣ କରିନଥିବା ବାସନ୍ତୀ କହିଛନ୍ତି । ଏନେଇ ବଡ଼ବିଲ ଥାନା ଅଧିକାରୀ ଶୁଶାନ୍ତ ଦାଶ ଓ ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ଏହି ଘଟଣାରେ ଉଭୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com