ଓଡ଼ିଶା

ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ

ପୁରୀ, 25/06/22 : ସୁସ୍ଥ ହେଲେ ମହାପ୍ରଭୁ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ଓ ତାଙ୍କ ଭାଇ ଭଉଣୀଙ୍କ ସହ ସୁଦର୍ଶନ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ହେବାର ସମାଚାର ନେଇ ଆଜି ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଗଜପତିଙ୍କୁ ଅବଗତ କରାଇବେ । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ  ଅନବସର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ପ୍ରସାଦ ଚନ୍ଦନ, କରାଳ ଓ ପାଟଡୋରିକୁ ଧରି ଦଇତାପତିମାନେ ଶ୍ରୀନଅରକୁ ଯିବେ । ଏହି ବିଜେ ନୀତିକୁ ରାଜପ୍ରସାଦ ବିଜେ କୁହାଯାଏ । ସକାଳ ଧୂପ ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଏହା ପରେ ମହାରାଜଙ୍କ ସହିତ ଆଲୋଚନା କରି ନବଯୌବନ ଦର୍ଶନ ଓ ଘୋଷଯାତ୍ରାରେ କିପରି ଶାନ୍ତିଶୃଙ୍ଖଳାରେ ନୀତି ସମ୍ପାଦନ କରାଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିବେ ଦଇତାପତି ।

Related Articles

Back to top button
WP Twitter Auto Publish Powered By : XYZScripts.com