
ଭୁବନେଶ୍ୱର: ସାଂସଦଙ୍କ ପରେ ଏବେ ବିଧାୟକଙ୍କ ଦରମା ବଢାଅ । ସବୁ ଜିନିଷର ଦର ବଢୁଛି । ସାଂସଦଙ୍କର ବଢିଲା, ଏବେ ଆମର ବଢାଅ । ଏପରି ଦାବି ବାଢିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ପୂର୍ବତନ ବିଧାୟିକା ପ୍ରମିଳା ମଲ୍ଲିକ । ବିଧାୟକମାନଙ୍କର ଦରମା ବୃଦ୍ଧି କରିବାକୁ ସେ ସରକାରଙ୍କ ପାଖରେ ଦାବି କରିଛନ୍ତି ।
ତେବେ କିଛି ଦିନ ପୂର୍ବରୁ ରାଜ୍ୟସଭା ଓ ଲୋକସଭା ସାଂସଦମାନଙ୍କର ଦରମା ବୃଦ୍ଧିରେ ମୋହର ମାରିଥିଲେ କେନ୍ଦ୍ର ସରକାର । ଏକ ଲକ୍ଷ ଦରମାରେ ବୃଦ୍ଧି ହୋଇ ସାଂସଦମାନେ ଏଣିକି ୧ ଲକ୍ଷ୨୪ ହଜାର ଦରମା ପାଇବେ । ଏହାର କିଛି ଦିନ ପରେ ହିଁ ଓଡ଼ିଶାରେ ବିଧାନସଭା ବିଧାୟକମାନଙ୍କର ଦରମା ବୃଦ୍ଧି କରିବାକୁ ଦାବି କରିଛି ବିଜେଡି ।