ବାଣିଜ୍ୟ

ସୁନା ଦରରେ ଭୟଙ୍କର ହ୍ରାସ! କେଉଁ ମାସରେ ହେବ? କଣ କହୁଛନ୍ତି ବିଶେଷଜ୍ଞ?

ନୂଆଦିଲ୍ଲୀ: ଦିନ କୁ ଦିନ ବଢି ଚାଲିଥିଲା ସୁନାଦର । ହୋଇ ଯାଇଥିଲା ଆକାଶ ଛୁଆଁ । ଫଳରେ ଗ୍ରାହକଙ୍କ ବଢିଯାଇଥିଲା ଚିନ୍ତା । କିନ୍ତୁ ଆଗକୁ ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି କିମ୍ବା ଯୋଜନା କରିଛନ୍ତି । ତେବେ ଏଥର ହୋଇଯାଆନ୍ତୁ ଖୁସି । ଆମେ ଆପଣଙ୍କୁ ଏମିତି ଏକ ଅପଡେଟ୍ ଦେବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ହଁ ଦର୍ଶକ ବନ୍ଧୁ, ଆଗାମୀ ଦିନରେ ବୃଦ୍ଧି ପାଉଥିବା ସୁନା ମୁଲ୍ୟରୁ ଆପଣମାନଙ୍କୁ ଖୁବଶୀଘ୍ର ମିଳିବ ମୁକ୍ତି । କାରଣ ଏଥର ଖସିଯିବ ସୁନାଦର । ଏହାର ମୁଲ୍ୟ ପାଖାପାଖି ୪୦-୫୦ ହଜାର ଟଙ୍କା ହ୍ରାସ ପାଇବ ବୋଲି ଦାବି କରାଯାଉଛି । ଏନେଇ ମତ ଦେଇଛନ୍ତି ବିଶେଷଜ୍ଞ ।

ଅନୁମାନ କରାଯାଉଛି କି ଆଗକୁ ଏହା ୪୦ ପ୍ରତିଶତ ପର୍ୟ୍ୟନ୍ତ ହ୍ରାସ ପାଇପାରେ । ଏପରି ହେଲେ ସୁନା କିଣିବା ପୁଣି ମଧ୍ୟବର୍ଗଙ୍କ ପାଇଁ ସମ୍ଭବ ହୋଇପାରିବ । ଆସନ୍ତା ମାସରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । କାରଣ ବିଶ୍ୱ ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ, କେନ୍ଦ୍ରୀୟ ବ୍ୟାଙ୍କ ନୀତି ଓ ଆମେରିକୀୟ ଡଲାରର ସୁଦୃଢତା ଯୋଗୁ ସୁନା ମୁଲ୍ୟ ହ୍ରାସ ପାଇପାରେ । ଏହାସହ ଆର୍ଥର୍ିକ ବଜାରରେ ଉନ୍ନତି ଆସିଲେ ମଧ୍ୟ ସୁନା ଦର କମିପାରେ ବୋଲି ଦାବି କରିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଟାରିଫ ଚାର୍ଟ ଘୋଷଣା ପରେ ଏପରି ଆଶା ସୃଷ୍ଟି ହୋଇଛି । କାରଣ ଟ୍ରମ୍ଫଙ୍କ ଟାରିଫ ଯୋଗୁ ସେୟାର ବଜାରରେ ହ୍ରାସ ଘଟିଥିଲା । ଏବଂ ସୁନା ଓ ରୂପାର ଦର ମଧ୍ୟ ହ୍ରାସ ପାଇଥିଲା ।

ତେବେ ଗତ ବର୍ଷକ ମଧ୍ୟରେ ସୁନା ଦର ୩୫ରୁ ୪୫ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି ହୋଇଛି । ହେଲେ ଆଗାମୀ ଦିନରେ ସୁନା ଦରରେ ଭୟଙ୍କର ହ୍ରାସ ହେବାର ସମ୍ଭାବନା ରହିଛି । ଏହି ହ୍ରାସ ୩୮ ପ୍ରତିଶତରୁ ବି ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି । ଏପରି କିଛି ହେଲେ ସୁନା କିଣୁଥିବା ଲୋକଙ୍କର ଲାଭ ହୋଇପାରେ । ହେଲେ ନିବେଶକଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିବ। ତେବେ ଗତ ୨ଦିନରେ ପାଖାପାଖି ୨ହଜାର ଟଙ୍କା ସୁନା ମୁଲ୍ୟ ଖସିଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com