Featuredଓଡ଼ିଶା

ବଦଳିବ ମିଶନ ଶକ୍ତି ଢାଂଚା, ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ବଦଳିବ ମିଶନ ଶକ୍ତି ଢାଂଚା । ଏସଏଚଜିର ହେବ ପୁନର୍ଗଠନ । କାରଣ ମିଶନ ଶକ୍ତିକୁ ନେଇ ଏକ ବଡ ପ୍ଲାନ କରିଛନ୍ତି ରାଜ୍ୟ ସରକାର । ସବୁ ଘରକୁ ଏହି ଗୋଷ୍ଠୀରେ ଯୋଡିବାକୁ କରାଯାଉଛି ପ୍ରୟାସ । ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଚଳିତ ମାସରେ ନୂଆ ରୂପ ନେବ ସ୍ୱୟଂ ସହାୟକ ଗୋଷ୍ଠୀ । ଏହା ପର ମାସରେ GPLF, CPL ଓ BLFଙ୍କୁ ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ନୂଆ ନିଯୁକ୍ତି ଦିଆଯିବ । ତେବେ ପୂର୍ବ ସରକାରରେ ବହୁ ମହିଳା SHGରୁ ବଞ୍ଚିତ ଅଛନ୍ତି । ହେଲେ ଏବେ ରାଜ୍ୟ ସରକାର ପ୍ରତ୍ୟକ ଘରକୁ ମିଶନ ଶକ୍ତି ସହ ଯୋଡ଼ିବାକୁ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ପ୍ରଭାତୀ । ଶୁଣନ୍ତୁ ଆଉ କଣ ସବୁ କହିଛନ୍ତି ।
ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ୍ ସହ ଯୋଡ଼ିଥିଲେ ପୂର୍ବ ସରକାର । ହେଲେ ଏବେ ସମସ୍ତଙ୍କୁ ଜିପିଏଲ ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ । ପୂର୍ବରୁ ଯେଉଁମାନେ ୨ଥର ୪ ବର୍ଷରୁ ଅଧିକ ରହି ସାରିଛନ୍ତି ସେମାନେ ଆଉ ରହି ପାରିବେ ନାହିଁ । ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ସେମାନଙ୍କୁ ବାହାର କରି ନୂଆ ଲୋକ ହେବେ । ପୂର୍ବ ସରକାରରେ ବିନା ରେଜିଷ୍ଟ୍ରେସନରେ ଏସଏଚଜିକୁ କୋଟି କୋଟି ଟଙ୍କା ଦିଆଯାଇଛି । ରେଜିଷ୍ଟ୍ରେସନ ନ ଥିବାରୁ ଅଡିଟ୍ ହୋଇନାହିଁ ବୋଲି ସେ କହିଛନ୍ତି । କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ କାମ କରିବେ ନୂଆ ସରକାର । ପାତର ଅନ୍ତର ହେବ ନାହିଁ । ଯେଉଁଠି ରେଜିଷ୍ଟ୍ରେସନ ନାହିଁ ଓ ଅଡିଟ ନାହିଁ ତାର ଉଦ୍ଦେଶ୍ୟ କଣ ଜଣାପଡୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Related Articles

Back to top button
WP Twitter Auto Publish Powered By : XYZScripts.com