
ନୂଆଦିଲ୍ଲୀ: କମିବ ଇଏମଆଇ । ଶସ୍ତା ହେବ ରୁଣ । କାରଣ ରେପୋ ରେଟ୍ କମାଇଲା ଆରବିଆଇ । ମୁଦ୍ରାନୀତି କମିଟି ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି । ସୁଧହାର କମେଇବା ନେଇ ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୨୫ ବେସିସ୍ ପଏଣ୍ଟ ଆରବିଆଇ ହ୍ରାସ କରିଛି । ଚଳିତ ବର୍ଷ ୨ୟଥର ଏହି ରେପୋ ରେଟ କମାଯାଇଛି । ଗତ ଫେବ୍ରୁଆରୀରେ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ କମିବା ସହ ସୁଧ ହାର ୬.୫୦% ରୁ ୬.୨୫%କୁ ହ୍ରାସ ଘଟିଥିଲା । ଆମେରିକା ଟାରିଫ୍ ଯୋଗୁ ବିଶ୍ବ ଆର୍ଥିକ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏଣୁ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବାକୁ ଆରବିଆଇ ରେପୋ ରେଟ୍ ହ୍ରାସ କରିପାରେ ବୋଲି ଅନୁମାନ କରାଯାଉଥିଲା ।
ଏଠାରେ କହିରଖୁଛୁ କି ରେପୋ ରେଟ୍ ଯେତେ କମିବ ଲେକଙ୍କର ସେତିକି ଫାଇଦା ହେବ । ରେପୋ ରେଟ୍ କମ ରହିବା ଅର୍ଥ ବ୍ୟାଙ୍କ ପାଖରେ ଅଧିକ ଟଙ୍କା ନଗଦ ଆକାରରେ ରହିଛି। ତେଣୁ ବ୍ୟାଙ୍କ ଆପଣଙ୍କ ପାଖରୁ କମ ସୁଧ ଆଦାୟ କରିବ । ଋଣ ବି ଶସ୍ତା ହେବ । ଯଦି କମ ସୁଧରେ ଆପଣଙ୍କୁ ଋଣ ମିଳେ ତେବେ ଆପଣଙ୍କୁ ହୋମ୍ ଲୋନ୍, କାର୍ ଲୋନ୍ ଓ ପର୍ସନାଲ୍ ଲୋନ୍ ବି ସୁବିଧାରେ ମିଳିଯିବ। ରେପୋ ହାର ହ୍ରାସ ଦ୍ୱାରା ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଲାଭ ମିଳିଥାଏ, କାରଣ ଏହା ଋଗଓ ର ବୋଝକୁ ହ୍ରାସ କରିଥାଏ । ପ୍ରାୟ ୫ ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ହ୍ରାସ କରିଛି। ଶେଷ ଥର ପାଇଁ ୨୦୨୦ ମେ’ ମାସରେ ରେପୋ ହାର ୦.୪୦% ହ୍ରାସ କରାଯାଇଥିଲା। ଏହା ପରେ ମେ ୨୦୨୨ ରେ ରେପୋ ରେଟ୍ ବୃଦ୍ଧି କରାଯାଇଥିଲା। ଶେଷ ଥର ପାଇଁ ଫେବୃଆରୀ ୨୦୨୩ ରେ ରେପୋ ରେଟରେ ପରିବର୍ତ୍ତନ କରାଯାଇଥିଲା।