ଜାତୀୟ

ସନ୍ଦେହ ଘେରରେ କେକେଙ୍କ ମୃତ୍ୟୁ: ହୋଟେଲ ରୁମରୁ ମିଳିଲା ଆଣ୍ଟାସିଡ୍ ବଟିକା

କୋଲକାତା: କୋଲକାତାର ବଲିଉଡ ଗାୟକ କେକେଙ୍କର ଅକାଳ ବିୟୋଗରେ ଭାରତ ସମେତ ପଡ଼ୋଶୀ ପାକିସ୍ତାନରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ହୃଦଘାତ ଯୋଗୁ ହୋଇଥିବା ମେଡିକାଲ ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଥିଲେ ବି ଏହାକୁ ନେଇ ନାନା ଅଭିଯୋଗ ଉଠିଛି। ପୂର୍ବରୁ କୋଲକାତା ପୁଲିସ ଅପ୍ରାକୃତିକ ମୃତ୍ୟୁରେ ଏକ ମାମଲା ରୁଜୁ କରିଥିଲା। ତାଙ୍କ ମୁଣ୍ଡ ଓ ମୁହଁରେ ସାମାନ୍ୟ ଆହତ ହୋଇଥିବା ରିପୋର୍ଟରେ ଦର୍ଶା ଯାଇଥିଲା।

ହେଲେ ଏବେ ତାଙ୍କ ହୋଟେଲ୍ ରୁମରୁ ଆଣ୍ଟାସିଡ୍ ଔଷଧ ଜବତ ହୋଇଛି। ବଦହଜମୀ ଓ ଏସିଡିଜନିତ ସମସ୍ୟାରୁ ଛାତି ଜଳାପୋଡ଼ା ହେଲେ ଏହାର ନିବାରଣ ପାଇଁ ଆଣ୍ଟାସିଡ ଔଷଧ ନିଆଯାଏ। ଏବେ କେକେ ରହୁଥିବା ହୋଟେଲରୁ ଆଣ୍ଟାସିଡ୍ ବଟିକା ମିଳିବା ପରେ ଘଟଣା ଏବେ ଅଲଗା ମୋଡ଼ ନେଉଥିବା ଦେଖାଯାଉଛି।

କେକେଙ୍କର ଶବବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ କହିବା ଅନୁସାରେ, କେକେ ବୋଧ ହୁଏ ଛାତିର ଯନ୍ତ୍ରଣାକୁ ଏସିଡିଟି ଭାବି ଆଣ୍ଟାସିଡ୍ ନେଇଥିଲେ। ଏପଟେ ପୁଲିର ସୂଚନା ଅନୁସାରେ କେକେଙ୍କ ପତ୍ନୀ ମଧ୍ୟ କେକେ ଅନେକ ସମୟରେ ଆଣ୍ଟାସିଡ୍ ନେଉଥିବା କହିଛନ୍ତି। ଏଥିସହିତ ତାଙ୍କ ହାତ ଓ କାନ୍ଧରେ ଯନ୍ତ୍ରଣା ହେବା ନେଇ କେକେ ତାଙ୍କ ପତ୍ନୀଙ୍କୁ ଜଣାଇଥିବା ଜଣେ ଆଇପିଏସ୍ ଅଫିସର ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com