
ନୂଆଦିଲ୍ଲୀ: ଧୋକା ଦେଉଛି ସୁନା ଦର । କିଛି ଦିନ ସୁନା ଦର ତଳମୁହାଁ ହେବା ପରେ ଏବେ ପୁଣି ହୋଇଛି ଉପରମୁହାଁ । ୯୫ ହଜାର ଟପିଲା ସୁନା ଦର । ଗତ ଦିନ ମାନଙ୍କରେ ସିଧା ୫ ହଜାର ଟଙ୍କା ଡେଇଁଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭,୪୫୦ ଟଙ୍କାରେ ବିକ୍ରି ହେଉଛି ।
ତେବେ ଗତକାଲି ଅପେକ୍ଷା ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨,୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କାରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୮୫୦ ଟଙ୍କା ବୃଦ୍ଧି ପାଇ ୮୭ ହଜାର ୪୫୦ ଟଙ୍କା ଛୁଇଁଛି । ଯାହା ଏପର୍ୟ୍ୟନ୍ତର ସର୍ବାକାଳୀନ ରେକର୍ଡ । କୁହାଯାଉଛି ଗତ ୩ ଦିନରେ ମହଙ୍ଗା ହେଲାଣି ୫ ହଜାରରୁ ଅଧିକ ଟଙ୍କା । ସୁନାର ଦରରେ ଏପରି ବୃଦ୍ଧି, ଆସନ୍ତା ଦିନରେ ଏହା ଲକ୍ଷେ ଛୁଇଁବା ନେଇ ଆଶଙ୍କା ସୃଷ୍ଟି କରିଛି ।