Featuredଓଡ଼ିଶା

ବିଳମ୍ବିତ ରାତିରେ ବିଜୁଳି ଘଡ଼ଘଡ଼ି ସହ ଛେଚିଲା କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ବର୍ଷିଲା, ଛେଚିଲା । ତାଣ୍ଡବ ରଚିଲା କାଳବୈଶାଖୀ ବର୍ଷା । ବିଳମ୍ବିତ ରାତିରେ ମାଡ଼ି ଆସିଲା ମୂଷଳଧାରର ବର୍ଷା । ବିଜୁଳି ଘଡ଼ଘଡ଼ି ସହ ଛେଚା ବର୍ଷାରେ ତାତିରୁ ମିଳିଲା ତ୍ରାହି । ୧୦ ଜିଲ୍ଲାରେ ଛେଚିଲା କାଳବୈଶାଖୀ ବର୍ଷା। ବିଳମ୍ବିତ ରାତିରେ ଭୁବନେଶ୍ବର ଓ କଟକ ସହର ସମେତ ୧୦ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ ବର୍ଷା। ଆଜି ପାଇଁ ଉପକୂଳ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀର ପ୍ରଭାବ ବଢ଼ିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Related Articles

Back to top button