
ପୁରୀ: ଶକ୍ତିଶାଳୀ ହେବ ବିଜେପି । ମୁଖିଆ ଦେବେ ଗୁରୁମନ୍ତ୍ର । ତୃଣମୂଳ ସ୍ତରରୁ ଦଳକୁ କରିବେ ମଜଭୂତ । ପୁରୀରେ ଆୟୋଜିତ ବିଜେପିର ପ୍ରଶିକ୍ଷଣ ଶିବିରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସାଂସଦ ଓ ବିଧାୟକମାନଙ୍କୁ ଦେଲେ ତାଲିମ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ପୁରୀ ଗସ୍ତରେ ଯିବେ । ତିନିଦିନ ଧରି ପୁରୀରେ ସାଂସଦ ଓ ବିଧାୟକଙ୍କ ହେବ ପ୍ରଶିକ୍ଷଣ । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ପାଇଁ ହେବ ପ୍ରଶିକ୍ଷଣ । ତୃଣମୂଳ ସ୍ତରରେ ଲୋକଙ୍କ ସହ କେମିତି ମିଶିବେ, ଭଲ ଭାଷଣ କିପରି ଦେବେ, ତା’ ଉପରେ ତାଲିମ ନେବେ ନେତା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯିବ ତାଲିମ । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ।