ଓଡ଼ିଶା

ମତଦାନ ସରିବା ପରେ ବୁଥ୍‌ ରିଗିଂ ଅଭିଯୋଗ, ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ଯାଜପୁର, ୧୮/୦୨: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଇଛି । ହେଲେ ନଳିପୁର ପଂଚାୟତର ଦୁଇଟି ବୁଥରେ ରିଗିଂ ଅଭିଯୋଗ ଆସିଛି । ୧ ଘଟିକାରେ ମତଦାନ ସରିବା ପରେ କିଛି ଲୋକ ୧ ନମ୍ବର ଓ ଦୁଇ ନମ୍ବର ବୁଥ ରିଗିଂ କରିଥିଲେ । ଯେଉଁଥି ପାଇଁ ଏହାକୁ ବିରୋଧ କରି ଅନ୍ୟ ଏକ ଗୋଷ୍ଠୀର ଲୋକେ ଏନ୍‌ଏଚ୍‌ ନଳିପୁର ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ଘଟଣାସ୍ଥଳରେ ଗାଡି ମଟର ଅଟକି ରହିଥିବା ବେଳେ ଯାଜପୁର ଏସ୍‌ଡିପିଓ ଓ ବିଭିନ୍ନ ଥାନା ଅଧିକାରୀ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ବି ରାସ୍ତାରୋକ ହଟି ପାରିନାହିଁ । ଆଉଥରେ ଦୁଇଟି ବୁଥରେ ନିର୍ବାଚନ କରିବା ପାଇଁ ଲୋକେ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com