Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶା

ରଥ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରଥ ପୂର୍ବରୁ ସରିବ କାମ । ଶୀଘ୍ର ସରିବ ରତ୍ନଭଣ୍ଡାର ମରାମତି କାମ । ତାଗିଦ୍ କଲେ ଅରବିନ୍ଦ ପାଢୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଏଏସଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ୟ୍ୟର ସମୀକ୍ଷା କରିଛନ୍ତି। ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟ ସରିଛି। ସେହିପରି ବାହାର ରତ୍ନଭଣ୍ଡାର ମରାମତି କାମ ବି ପ୍ରାୟ ସରିବା ଉପରେ ଥିବାରୁ ରଥ ଯାତ୍ରା ପୂର୍ବରୁ ଏହି କାମ ସମ୍ପୂର୍ଣ୍ଣ ଭାବେ ସରିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com