
ଭୁବନେଶ୍ୱର: ତାତିଲାଣି କଂଗ୍ରେସ । ପୁଣି ଦେଲାଣି ଆନେ୍ଦାଳନ ଡାକରା । ସୁପ୍ରିମୋ ନଶୁଣିଲେ ହେବ ନବୀନ ନୀବାସ ଘେରାଉ । ଏଭଳି ଚେତାବନୀ ଦେଇଛି କଂଗ୍ରେସ । ଭିକେ ପାଣ୍ଡିଆନଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ତୁଳନା କରିବାର ପ୍ରସଙ୍ଗ ନେଇ କଂଗ୍ରେସ ବିଜେଡିକୁ କଡ଼ା ଜବାବ ଦେଇଛି। ନବୀନ ପଟ୍ଟନାୟକ ଏନେଇ କଂଗ୍ରେସକୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିଜେଡିର ଜଣେ ଗୋଲାମ, ଯିଏକି ଗୋଲାମ ହୋଇ ଟିକେଟ ପାଇଥିଲେ। ହେଲେ ନିର୍ବାଚନରେ ହାରିଲେ। ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଭିକେ ପାଣ୍ଡିଆନଙ୍କ ସହ ତୁଳନା କରିଛନ୍ତି। ନେହେରୁଙ୍କୁ ନେଇ ଏ ଭଳି କହିବାକୁ ସେ କିଏ? ଏନେଇ ନବୀନ ଯଥୀଶୀଘ୍ର କ୍ଷମା ମାଗନ୍ତୁ। ସୂଚନାନୂଯୋଗ୍ୟ, ଗତ ଏପ୍ରିଲ ୧୧ ତାରିଖ ଦିନ ବିଜେଡି ନେତା ସଂତୃପ୍ତ ମିଶ୍ର ନେହେରୁଙ୍କ ସହ ପାଣ୍ଡିଆନଙ୍କୁ ତୁଳନା କରିଥିଲେ। ସେ କହିଥିଲେ, ନେହେରୁଙ୍କ ଭଳି ଓଡ଼ିଶା ରାଜନୀତିରେ ପାଣ୍ଡିଆନଙ୍କ ବ୍ୟକ୍ତିତ୍ବ। ପାଣ୍ଡିଆନ ନିଜେ ତାଙ୍କ ଗୁରୁତ୍ୱ ସମ୍ପର୍କରେ ଜାଣି ନାହାନ୍ତି। ସଂତୃପ୍ତ ମିଶ୍ରଙ୍କ ଏଭଳି ବିବଦୀୟ ମନ୍ତବ୍ୟ ପରେ ଏବେ କଂଗ୍ରେସ ଚେତାବନୀ ଦେଇଛି।